କେନ୍ଦୁଝର :- ଆଜି କେନ୍ଦୁଝର ରେ ଶ୍ରଦ୍ଧାଳୁ ମାନେ ବଡି ଭୋର ରୁ ବିଭିନ୍ନ ନଦୀ ପୋଖରୀ ରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଡଙ୍ଗା ଭସାଇବା ସହିତ ଆକାମାବୈରେ ଗୁଞ୍ଜରିତ ହୋଇଥିଲା ଅଞ୍ଚଳ । କଦଳୀ ଗଛର ପାଟୁଙ୍ଗାରେ ଡଙ୍ଗା ତିଆରି କରି ସେଥିରେ ପାନ, ଗୁଆ, ମୁଗ, ବିରି, ଘିଅଦୀପ, ଦୂବ, ବରକୋଳି ପତ୍ର, ଅରୁଆ ଚାଉଳ ଆଦି ରଖି ନଦୀ ଓ ପୋଖରୀରେ ଡଙ୍ଗା ଭାସା ଉତ୍ସବ ପାଳିଥିଲେ । ତାପରେ ଦିଅଁ ଦର୍ଶନ ପାଇଁ ବିଭିନ୍ନ ମନ୍ଦିର କୁ ଯାଇଥିଲେ ଭକ୍ତ ମାନେ । ଆଜି ଭୋର ରୁ କେନ୍ଦୁଝର ର ବଳଦେବଜୀଉ ମନ୍ଦିରରେ ଧାଡି ବାନ୍ଧି ସହ ସହ ଭକ୍ତ ପ୍ରଭୁଙ୍କୁ ଦର୍ଶନ କରି ସାନିଦ୍ଧ ଲାଭ କରିଥିଲେ । ମନ୍ଦିର ପ୍ରଶାସନ ପକ୍ଷରୁ ମହିଳା ଓ ପୁରୁଷ ମାନଙ୍କ ପାଇଁ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଥିଲା । ଦର୍ଶନ ପରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଭକ୍ତି ଭରା ମାହଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଭଜନ ପରିବେଷଣ କରିଥିଲେ କଳାକାର ମାନେ । ଚିତ୍ରକାର ମାନଙ୍କ ତୁଳୀରେ ଅଙ୍କା ଯାଇଥିବା ଜଗନ୍ନାଥ ସଂସ୍କୃତି ଓ ଧାର୍ମିକ ବିଚାରର ବିଭିନ୍ନ ଚିତ୍ର ପ୍ରଦର୍ଶିତ ହୋଇଥିଲା । ହୁଳହୁଳି ରେ ପ୍ରକମ୍ପିତ ହେଉଥିଲା ସମ୍ପୂର୍ଣ୍ଣ ମନ୍ଦିର ପରିବେଶ ।
November 27, 2023
0 Comment
301 Views
କାର୍ତ୍ତିକ ପୂର୍ଣ୍ଣିମା ରେ ଡଙ୍ଗା ଭସାଇ କେନ୍ଦୁଝର ର ରାଷ୍ଟ୍ର ଦେବତା ବଳଦେବଜୀଉ ଙ୍କ ମନ୍ଦିର ଦର୍ଶନ କରି ସାନିଦ୍ଧ ଲାଭ କଲେ ଶ୍ରଦ୍ଧାଳୁ
କେନ୍ଦୁଝର :- ଆଜି କେନ୍ଦୁଝର ରେ ଶ୍ରଦ୍ଧାଳୁ ମାନେ ବଡି ଭୋର ରୁ ବିଭିନ୍ନ ନଦୀ ପୋଖରୀ ରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଡଙ୍ଗା ଭସାଇବା ସହିତ ଆକାମାବୈରେ ଗୁଞ୍ଜରିତ ହୋଇଥିଲା ଅଞ୍ଚଳ । କଦଳୀ ଗଛର ପାଟୁଙ୍ଗାରେ ଡଙ୍ଗା ତିଆରି କରି ସେଥିରେ ପାନ, ଗୁଆ, ମୁଗ, ବିରି, ଘିଅଦୀପ, ଦୂବ, ବରକୋଳି ପତ୍ର, ଅରୁଆ ଚାଉଳ ଆଦି ରଖି ନଦୀ ଓ ପୋଖରୀରେ ଡଙ୍ଗା ଭାସା ଉତ୍ସବ ପାଳିଥିଲେ । ତାପରେ ଦିଅଁ ଦର୍ଶନ... Read More