କେନ୍ଦୁଝର, ପ୍ରତ୍ୟେକବର୍ଷ କେନ୍ଦୁଝରର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଥିବା ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ସକାଳୁ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଭଜନ ସମାରୋହ ସହ ସଂଧ୍ୟାରେ ଆକର୍ଷଣୀୟ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଆଶିଷ ଠାକରେ ପ୍ରଦୀପ ପ୍ରଜ୍ବଳନ କରି ୨୯ତମ କାର୍ତ୍ତିକ ପୂର୍ଣ୍ଣିମା ଭଜନ ସମାରୋହକୁ ଉଦଘାଟନ କରିଥିଲେ । ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରର ବଡପଣ୍ଡା ରାଜକିଶୋର ପଣ୍ଡା ଓ ସଦସ୍ୟମାନେ ଜିଲ୍ଲାପାଳଙ୍କୁ ଚଦୁର୍ଦ୍ଧାମୂର୍ତ୍ତି ଙ୍କ ଏକ ଫଟୋ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରାଚୀନ ଶକ୍ତିପୀଠ ସିଦ୍ଧମଠକୁ ଦୈନିକ ପରିମଳ କରୁଥିବା ବରିଷ୍ଠ ନାଗରିକ ମଧୁସୂଦନ ପାତ୍ର,ଖଗେଶ୍ୱର ସାହୁ,ଗୋଲକ ବିହାରୀ ମହାରଣା,ଓ କୁନା ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ପ୍ରାଣତୋଷ ଆଚାର୍ଯ୍ୟ,ସଂପାଦକ ତଥା ୧ନମ୍ବର ୱାର୍ଡର କାଉନସିଲର ଶରତ କୁମାର ସାହୁ ଓ ଅନ୍ୟାନ୍ୟ ବରିଷ୍ଠ ସଦସ୍ୟମାନେ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ବରିଷ୍ଠ ସଂସ୍କୃତିପ୍ରାଣ ବ୍ୟକ୍ତିତ୍ଵ ମନୋଜ ମିଶ୍ର ସମ୍ବର୍ଦ୍ଧନା ସମାରୋହକୁ ପରିଚାଳନା କରିଥିଲେ।ରାଜ୍ୟର ଲବ୍ଧ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ଶ୍ରୀଚରଣ ଓ ଅନ୍ୟାନ୍ୟ କଣ୍ଠଶିଳ୍ପୀ ତଥା ବାଦ୍ୟ କଳାକାରମାନେ ନିଜର କଳା ପରିବେଷଣ କରି ଶ୍ରୋତା ଓ ଦର୍ଶକଙ୍କୁ ବିମୋହିତ କରିଥିଲେ । ସକାଳେ ମଧ୍ୟ ବହୁ ଲବ୍ଧ ପ୍ରତିଷ୍ଠିତ ଶିଳ୍ପୀ ଭଜନ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ପ୍ରଣତୋଷ ଆଚାର୍ଯ୍ୟ,ଶରତ କୁମାର ସାହୁ,ହୃଦାନନ୍ଦ ମହାନ୍ତ,ବିଶ୍ବରଂଞ୍ଜନ ପଟ୍ଟନାୟକ,ସନ୍ତୋଷଲାଲ ଦାସ,ଦେବାଶିଷ ଆଚାର୍ଯ୍ୟ,ବିଶ୍ବଜିତ ବେହେରା,ସୁଦର୍ଶନ ସ୍ବାଇଁ ପ୍ରମୁଖ ସହଯୋଗ କରିଥିଲେ।
November 28, 2023
0 Comment
168 Views
କାର୍ତ୍ତିକ ପୂର୍ଣ୍ଣିମା ଭଜନ ସମାରୋହ ସମିତି ପକ୍ଷରୁ ଭଜନ ସମାରୋହ
କେନ୍ଦୁଝର, ପ୍ରତ୍ୟେକବର୍ଷ କେନ୍ଦୁଝରର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ହେଉଥିବା ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । କାର୍ତ୍ତିକ ପୂର୍ଣ୍ଣିମା ସକାଳୁ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଭଜନ ସମାରୋହ ସହ ସଂଧ୍ୟାରେ ଆକର୍ଷଣୀୟ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳ ଆଶିଷ ଠାକରେ ପ୍ରଦୀପ ପ୍ରଜ୍ବଳନ କରି ୨୯ତମ କାର୍ତ୍ତିକ ପୂର୍ଣ୍ଣିମା ଭଜନ ସମାରୋହକୁ ଉଦଘାଟନ କରିଥିଲେ । ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିରର ବଡପଣ୍ଡା ରାଜକିଶୋର... Read More