
କେନ୍ଦୁଝର ୨୯/୪/ (ବ୍ରଜକିଶୋର ରାୟ) କେନ୍ଦୁଝର ସଂସଦୀୟକ୍ଷେତ୍ର ପାଇଁ ବିଜୁ ଜନତାଦଳର ପ୍ରାର୍ଥୀ ଧନୁର୍ଜୟ ସିଦ୍ଧୁ ନିଜ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଆଜି ପୂର୍ବାହ୍ନ ୧୦ଟା ୩୦ ମିନିଟ୍ ସମୟରେ ସ୍ଥାନୀୟ କାଳୀପଡିଆରୁ ପାରମ୍ପାରିକ ବାଦ୍ୟ, ନୃତ୍ୟ ସହିତ ପ୍ରାର୍ଥୀପତ୍ର ଦାଖଲର ଶୁଭ ଅଭିଯାନ ଆରମ୍ଭ ହୋଇଥିଲା। ଏକ ବିରାଟ ପଟୁଆର ରେ ଦଳୀୟ କର୍ମି ଓ ସମର୍ଥକଙ୍କ ଗହଣରେ ଦୁଇଟି ସୁସଜ୍ଜିତ ଗାଡିରେ ଏହି ସଂସଦୀୟ କ୍ଷେତ୍ରର ଲୋକସଭାପ୍ରାର୍ଥି ସମସ୍ତ ବିଧାୟକ ପ୍ରାର୍ଥୀ ଏବଂ ଦଳୀୟ ପଦାଧିକାରୀମାନେ ଜିଲ୍ଲାପାଳଙ୍କ ଜାର୍ଯ୍ୟାଳୟ ଅଭିମୁଖେ ଯାତ୍ରା କରିଥିଲେ। ପ୍ରବଳ ଗ୍ରୀଷ୍ମପ୍ରବାହ ସତ୍ତ୍ୱେ କର୍ମି ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଜିଲ୍ଲାପାଳଙ୍କ କାର୍ଯ୍ୟଳୟର ମୁଖ୍ୟ ଫାଟକଠାରେ ଶୋଭାଯାତ୍ରା ଅଟକିବାପରେ ବିଜେଡି ସାଂସଦପ୍ରାର୍ଥି ଧନୁର୍ଜୟ ସିଦ୍ଧୁ ଦଳୀୟ ବିଧାୟକପ୍ରାର୍ଥୀ ଓ ବିଧାୟିକା ପ୍ରାର୍ଥୀନୀ ମାନଙ୍କ ସହ ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ପହଞ୍ଚିଥିଲେ। ତାପରେ ଶ୍ରୀ ସିଦ୍ଧୁ ନିଜର ନାମଙ୍କନ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଘଷିପୁରା ବିଜେଡି ପ୍ରାର୍ଥୀ ତଥ ପୂର୍ବତନ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର,ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ,ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର,ଆନନ୍ଦପୁର ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠୀ,ସଦର ବିଧାୟିକା ପ୍ରାର୍ଥୀନୀ ମିନା ମାଝୀ,କରଞ୍ଜିଆ ବିଧାୟିକା ପ୍ରାର୍ଥୀନୀ ବାସନ୍ତୀ ହେମ୍ରମ,ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାଏକ,ବିଜେଡି ଜିଲ୍ଲା ସଭାପତି କୁଶ ଆପଟ,ପୂର୍ବତନ ଜିଲ୍ଲା ସଭାପତି ଆଶିଷ ଚକ୍ରବର୍ତ୍ତୀ,ରାଜ୍ୟ ଯୁବ ବିଜେଡି ଉପସଭାପତି ସୈାମ୍ୟଶଙ୍କର ଚକ୍ର,ଜିଲ୍ଲା ପର୍ଯ୍ୟବେକ୍ଷକ ସଂଗ୍ରାମ ପାଇକରାୟ,ସହ-ପର୍ଯ୍ୟବେକ୍ଷକ ସୁବ୍ରତ ଛାଟୋଇ,କେନ୍ଦୁଝର ନଗର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ସାଗରିକା ସାହୁ,ଉପନଗରପାଳ ବରଦା ପ୍ରସନ୍ନ ଦାସଙ୍କ ସମେତ ପଞ୍ଚାୟତ ଓ ବ୍ଲକ ସ୍ତରର ଦଳୀୟ ପଦାଧିକାରୀମାନେ ସାମିଲ୍ ହୋଇଥିଲେ।
