କେନ୍ଦୁଝର, ସ୍ଥାନୀୟ ଶଙ୍କରପୁରସ୍ଥ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ରେ ଜିଲ୍ଲା କ୍ରୀଡା ସଂସ୍ଥା କେନ୍ଦୁଝର ର ୭୦ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଏ. କୁଜୁର ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି କ୍ରୀଡା ଓ କ୍ରୀଡ଼ାବିତ ମାନଙ୍କ ସଫଳତା କାମନା କରିଥିଲେ । ଏହି ତିନିଦିନିଆ କ୍ରୀଡା ଉତ୍ସବ ରେ କ୍ରୀଡା ସଂସ୍ଥା ଉପସଭାପତି ସୁରେଶ ପଟନାୟକ କ୍ରୀଡା ପତାକା ଉତ୍ତୋଳନ କରି ସମ୍ମିଳିତ ମାର୍ଚ୍ଚପାଷ୍ଟ ରେ ଅଭିବାଦନ ଗ୍ରହଣ କରିଥିଲେ । କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ଡ଼ଃ ଜନାର୍ଦନ ଦାଶ ବିବରଣୀ ପ୍ରଦାନ କରିବା ସହିତ ପ୍ରତିଯୋଗିତା ପରିଚାଳନା କରିଥିଲେ । ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଶ୍ରୀ ଏ ଆର ଖାନ ଅନ୍ୟତମ ଅତିଥିଭାବେ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ଉଦବୋଧନ ଦେଇ ଉତ୍ସହିତ କରିଥିଲେ । କୋଷାଧ୍ୟକ୍ଷ ସରୋଜ କୁମାର ରଣା, ହୃଦାନନ୍ଦ ଦାଶ,ଗିରିଶ ହୋତା, ରାଜକୁମାର ମିଶ୍ର, ଲକ୍ଷ୍ମଣ ମୁର୍ମୁ, ପ୍ରଦୀପ ବାରିକ, ରାଜେନ୍ଦ୍ର ସି, ପ୍ରମୁଖ ଉପସ୍ଥିତ ଥିଲେ, ବାଳକ ବାଳିକା ମହିଳା ପୁରୁଷ ବିଭାଗ ର ବିଭିନ୍ନ ବର୍ଗ ରେ ୧୦୦,୨୦୦, ୪୦୦, ୮୦୦, ୧୫୦୦,୫୦୦୦,୧୦୦୦୦ମିଟର ଦୌଡ଼, ଲମ୍ବ ଡିଆଁ ଉଚ୍ଚ ଡିଆଁ, ସଟପୁଟ, ଜାଭଲିନ ଥ୍ରୋ, ଟ୍ରିପଲ ଜମ୍ପ, ଡିସ୍କସ ଥ୍ରୋ, ବାଧା ଦୌଡ଼, ପ୍ରଭୃତି ପ୍ରତିଯୋଗିତା ଆୟୋଜିତ ହୋଇ କୃତି ଙ୍କୁ ମାନପତ୍ର ପ୍ରଦାନ କରାଯିବ ।
December 6, 2023
0 Comment
141 Views
ଜିଲ୍ଲାସ୍ତରୀୟ ବାର୍ଷିକ ଦୌଡ଼ କୁଦ ପ୍ରତିଯୋଗିତା ଅନୁଷ୍ଠିତ
କେନ୍ଦୁଝର, ସ୍ଥାନୀୟ ଶଙ୍କରପୁରସ୍ଥ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ରେ ଜିଲ୍ଲା କ୍ରୀଡା ସଂସ୍ଥା କେନ୍ଦୁଝର ର ୭୦ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଏ. କୁଜୁର ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି କ୍ରୀଡା ଓ କ୍ରୀଡ଼ାବିତ ମାନଙ୍କ ସଫଳତା କାମନା କରିଥିଲେ । ଏହି ତିନିଦିନିଆ କ୍ରୀଡା ଉତ୍ସବ ରେ କ୍ରୀଡା ସଂସ୍ଥା ଉପସଭାପତି ସୁରେଶ ପଟନାୟକ କ୍ରୀଡା ପତାକା ଉତ୍ତୋଳନ କରି ସମ୍ମିଳିତ ମାର୍ଚ୍ଚପାଷ୍ଟ ରେ ଅଭିବାଦନ... Read More