କେନ୍ଦୁଝର, କେନ୍ଦୁଝର ଜିଲା ତେଲକୋଇ-କାଞ୍ଜିପାଣି ମୁଖ୍ୟ ରାସ୍ତା ଦେଇ ବେଆଇନ ଭାବେ ଗୋରୁ ଚାଲାଣ ଦିନିକୁ ଦିନ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ତେଲକୋଇ ବଜରଙ୍ଗ ଦଳ ପକ୍ଷରୁ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇଛି । ଜବତ ଗାଡ଼ିରୁ ୮ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଗାଡ଼ି ଚାଳକଙ୍କ ସହ ଗୋରୁ ଚାଲାଣରେ ସମ୍ପୃକ୍ତ କେତେଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବର ପାଇ କାଞ୍ଜିପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ଓଡ଼ି୧୧ଡବ୍ଲୁ- ୦୭୮୪ ନମ୍ବର ବିଶିଷ୍ଟ ଏକ ପିକ୍ଅପ୍ ଭ୍ୟାନରେ ଗୋରୁ ବୋଝେଇ ହୋଇ ତେଲକୋଇ ଦେଇ ଚାଲାଣ ହେଉଥିବା ତେଲକୋଇ ବଜରଙ୍ଗ ଦଳର କର୍ମୀଙ୍କୁ ଖବର ମିଳିଥିଲା। ଏନେଇ ବଜରଙ୍ଗ ଦଳର କର୍ମକର୍ତ୍ତା ଗାଡିକୁ ପିଛା କରିଥିଲେ। ଏହା ସହିତ କାଞ୍ଜିପାଣି ଥାନାକୁ ଖବର ଦେଇଥିଲେ। ହେଲେ ଗୋରୁ ମାଫିଆ ଧରାପଡ଼ିବା ଭୟରେ କାଞ୍ଜିପାଣି ଥାନା ପୂର୍ବରୁ ଗାଡ଼ିକୁ ରାସ୍ତା କଡ଼ରେ ଛିଡ଼ା କରି ଚମ୍ପଟ ମାରିଥିଲେ। ପିଛା କରୁଥିବା ବଜରଙ୍ଗ ଦଳର କର୍ମୀମାନେ ଗୋରୁଙ୍କୁ ଉଦ୍ଧାର କରି କାଞ୍ଜିପାଣି ଥାନା ଜିମା ଦେଇଥିଲେ। ଏନେଇ ପୋଲିସ ଏକ ମାମଲା(ନଂ.୮୩/୨୩) ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।
September 26, 2023
0 Comment
197 Views
ଗୋରୁ ବୋଝେଇ ଗାଡ଼ି ଛାଡି ଚମ୍ପଟ ମାରିଲେ ଅଭିଯୁକ୍ତ
କେନ୍ଦୁଝର, କେନ୍ଦୁଝର ଜିଲା ତେଲକୋଇ-କାଞ୍ଜିପାଣି ମୁଖ୍ୟ ରାସ୍ତା ଦେଇ ବେଆଇନ ଭାବେ ଗୋରୁ ଚାଲାଣ ଦିନିକୁ ଦିନ ବଢ଼ିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ତେଲକୋଇ ବଜରଙ୍ଗ ଦଳ ପକ୍ଷରୁ ଏକ ଗୋରୁ ବୋଝେଇ ଗାଡ଼ିକୁ ଜବତ କରାଯାଇଛି । ଜବତ ଗାଡ଼ିରୁ ୮ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ଗାଡ଼ି ଚାଳକଙ୍କ ସହ ଗୋରୁ ଚାଲାଣରେ ସମ୍ପୃକ୍ତ କେତେଜଣ ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଖବର ପାଇ କାଞ୍ଜିପାଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ... Read More