କେନ୍ଦୁଝର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ବ୍ରାହ୍ମଣୀପାଳସ୍ଥିତ ଟାଟାଷ୍ଟିଲ ଫେରୋ ଆଲୋଏଜ୍ କାରଖାନା ଆଗରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବ୍ରାହ୍ମଣୀପାଳ ଫେରୋ ଆଲୋଏଜ୍ ଶ୍ରମିକ ସଂଘ ବାରମ୍ବାର ଚିଠି ମାଧ୍ୟମରେ ଶ୍ରମିକଙ୍କ ଦରମା ବୃଦ୍ଧି, ମୃତ ଶ୍ରମିକଙ୍କ ପରିବାରକୁ ଚାକିରି ଓ ଅନ୍ୟାନ୍ୟ ଦାବି ପୂରଣ ପାଇଁ କାରଖାନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଉଛି। କର୍ତ୍ତୃପକ୍ଷ ଏ ସମ୍ପର୍କରେ ଶ୍ରମିକ ସଂଘ ସହ ଆଲୋଚନା କରିବାକୁ ଆସୁନାହାନ୍ତି। ଏହାକୁ ନେଇ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଶ୍ରମିକ ସଂଘ ପକ୍ଷରୁ ୨୦୨୨ ଜୁଲାଇ ୮ରେ କାରଖାନା କର୍ତ୍ତୃପକ୍ଷ, ସମସ୍ତ ଠିକାଦାର ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ୨୧ ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ପୁଣି ଗତ ଜୁନ୍ ୩୦ରେ ଏନେଇ ପୁଣି ଶ୍ରମିକ ସଂଘ ପକ୍ଷରୁ ଚିଠି ଲେଖାଯାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉନି। ଏହାର ପ୍ରତିବାଦରେ ଆଜି ବହୁ ସଂଖ୍ୟାରେ ଶ୍ରମିକ କାରଖାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକ ସଂଘ ସମ୍ପାଦକ ଦୈତାରି ମହାନ୍ତ ଓ ଯୁଗ୍ମ ସମ୍ପାଦକ କାଠିଆ ଜେନା ପ୍ରକାଶ କରିଛନ୍ତି।
July 20, 2023
0 Comment
223 Views
ଫେରୋ ଆଲଏଜ୍ କାରଖାନା ଆଗରେ ବିକ୍ଷୋଭ
କେନ୍ଦୁଝର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ବ୍ରାହ୍ମଣୀପାଳସ୍ଥିତ ଟାଟାଷ୍ଟିଲ ଫେରୋ ଆଲୋଏଜ୍ କାରଖାନା ଆଗରେ ଶ୍ରମିକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବ୍ରାହ୍ମଣୀପାଳ ଫେରୋ ଆଲୋଏଜ୍ ଶ୍ରମିକ ସଂଘ ବାରମ୍ବାର ଚିଠି ମାଧ୍ୟମରେ ଶ୍ରମିକଙ୍କ ଦରମା ବୃଦ୍ଧି, ମୃତ ଶ୍ରମିକଙ୍କ ପରିବାରକୁ ଚାକିରି ଓ ଅନ୍ୟାନ୍ୟ ଦାବି ପୂରଣ ପାଇଁ କାରଖାନା କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଉଛି। କର୍ତ୍ତୃପକ୍ଷ ଏ ସମ୍ପର୍କରେ ଶ୍ରମିକ ସଂଘ ସହ ଆଲୋଚନା କରିବାକୁ ଆସୁନାହାନ୍ତି। ଏହାକୁ ନେଇ ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏ... Read More