କେନ୍ଦୁଝର, ଭାରତ ସରକାର ଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବୁରୋ ର କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକର ଅର୍ଶଳା ଗ୍ରାମ ପଂଚାୟତ ଠାରେ ଏକ ଦୁଇଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାର ଙ୍କ ୯ ବର୍ଷ ସେବା, ସୁଶାସନ ଓ ଗରିବ କଲ୍ୟାଣ ଏବଂ ରାଷ୍ଟ୍ରୀୟ ଏକତା ଦିବସ ଶିର୍ଶକ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଝୁମ୍ପୁରା କଲେଜ ର ପ୍ରିନସିପାଲ କୁଞ୍ଜ ବିହାରୀ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ମଦନମୋହନ ରାଉଳ, ଡ଼କ୍ଟର ବିମ୍ବାଧର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ସ୍ଥାନୀୟ ସରପଞ୍ଚ ହେମଲତା ନାୟକ, ମୈଦାନକେଲ ସରପଞ୍ଚ ଭାଗିରଥି ସିଂ, ନାଏବ ସରପଞ୍ଚ ଶ୍ରୀମତୀ ଶ୍ରୀମତୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ଆଜି ଉଦଯାପନୀ ଦିନରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝି ଯୋଗ ଦେଇ କେନ୍ଦ୍ର ସରକାର ଙ୍କ ଗତ ୯ ବର୍ଷ ରେ ପ୍ରଣୟନ କରାଯାଇଥିବା ବିଭିନ୍ନ ଯୋଜନା ସମ୍ପର୍କ ରେ ଉପସ୍ଥିତ ଜନସାଧାରଣ ଙ୍କୁ ଅବଗତ କରାଇଥିଲେ । ତେବେ କାର୍ଯ୍ୟକ୍ରମ ଶେଷରେ କୃତି ପ୍ରତିଯୋଗୀ ଙ୍କୁ ସମ୍ମାନିତ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମ କେନ୍ଦୁଝର କ୍ଷେତ୍ର ପ୍ରଚାର ଅଧିକାରୀ ପାର୍ଥସାରଥୀ ମଲ୍ଲିକଙ୍କ ପ୍ରତକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ସହକାରୀ ଅଧିକାରୀ ଜୀବନ କୁମାର ସାମନ୍ତସିଂହାର ପରିଚାଳନା କରିଥିଲେ । ସୁନ୍ଦଗଡର ଜିଲ୍ଲା ଲୋକ କଳା ଅନୁସନ୍ଧାନ କେନ୍ଦ୍ର ର କଳାକାର ମାନେ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ତେବେ ଏହି କାର୍ଯ୍ୟକ୍ରମ ରେ ଅର୍ଶଳା ଗ୍ରାମପଞ୍ଚାୟତ ର ଜନସାଧାରଣ ପୁର୍ଣ ମାତ୍ରା ରେ ସହଯୋଗ କରିଥିଲେ ।
November 1, 2023
0 Comment
195 Views
କେନ୍ଦ୍ର ସରକାର ଙ୍କ ୯ ବର୍ଷ ସେବା, ସୁଶାସନ ଓ ଗରିବ କଲ୍ୟାଣ ସମ୍ପର୍କିତ ଦୁଇଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କେନ୍ଦୁଝର, ଭାରତ ସରକାର ଙ୍କ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବୁରୋ ର କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ପକ୍ଷରୁ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକର ଅର୍ଶଳା ଗ୍ରାମ ପଂଚାୟତ ଠାରେ ଏକ ଦୁଇଦିନିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାର ଙ୍କ ୯ ବର୍ଷ ସେବା, ସୁଶାସନ ଓ ଗରିବ କଲ୍ୟାଣ ଏବଂ ରାଷ୍ଟ୍ରୀୟ ଏକତା ଦିବସ ଶିର୍ଶକ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ଝୁମ୍ପୁରା କଲେଜ ର ପ୍ରିନସିପାଲ... Read More