କେନ୍ଦୁଝର,୩୧ା୫(ନି.ପ୍ର) ସ୍ବଂୟସହାୟକଗୋଷ୍ଠୀ ମହିଳା ମାନଙ୍କୁ ଉଦ୍ୟାେଗୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ଭୁବନେଶ୍ବର ରୁ ସିଙ୍ଗାପୁର ସିଧାସଳଖ ପ୍ରଥମ ବିମାନ ଉଡାଣରେ ଯିବେ ମିଶନଶକ୍ତିର ପ୍ରତିନିଧି।ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାରୁ ମିଶନଶକ୍ତି ଜିଲ୍ଲାସ୍ତରୀୟ ସଂଘର ସଭାନେତ୍ରୀ ସୁରତି ଘଣା ସିଙ୍ଗାପୁର ଯିବାପାଇଁ ମନୋନୀତ ହୋଇଛନ୍ତି।ଏହି ଅବସର ରେ ୩୧ ମେ ବୁଧବାର ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।ସମାଜ କଲ୍ୟାଣ ଅଧିକାରୀ ଗୈାରୀମଣି ହାଁସଦା,ଓରମାସର ଯୁଗ୍ମ ମୁଖ୍ୟ ନିର୍ବାହୀ ଅଧିକାରୀ ସପନ ଗୋସ୍ବାମୀ,ମିଶନ ଶକ୍ତିର ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ଶିଶିର କୁମାର ଷୋଡଙ୍ଗୀ ସୁରତି ଘଣା ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରବା ସହିତ ଶୁଭେଚ୍ଛା ଜ୍ଞାପନ ଜଣାଇଥିଲେ।ସଦର ବ୍ଲକର ବି.ପି.ସି ଓ ବି.ଏଲ.ସି ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀମତୀ ଘଣା ଙ୍କର ସଫଳ ଯାତ୍ରା କାମନା କରିଥିଲେ।ସ୍ବଂୟସହାୟକଗୋଷ୍ଠୀ ରୁ ଉଦ୍ୟୋଗୀ ହେବା ପାଇଁ ପ୍ରେରଣା ପାଇବା,ଅନ୍ତର୍ଜାତୀୟ ବଜାର ରେ ସ୍ବୟଂସହାୟକ ଗୋଷ୍ଠୀ ଉତ୍ପାଦିତ ସାମଗ୍ରୀର ବିପତାନ ବୃଦ୍ଧି କରିବା ସିଙ୍ଗାପୁର ଠାରେ ରହୁଥିବା ଓଡିଆ ମାନଙ୍କ ସହିତ ବାର୍ତ୍ତାଳପ ଆଲୋଚନା କରି ସ୍ବଂୟସହାୟକ ଉତ୍ପାଦିତ ସାମଗ୍ରୀକୁ ଲୋକପ୍ରିୟ କରାଇ ରପ୍ତାନୀ ବ୍ୟବସ୍ଥା କରାଇବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ।ଏକ ମହତ ଉଦେଶ୍ୟ ନେଇ ସିଙ୍ଗାପୁର କୁଗସ୍ତ କରିବା ସୁଯୋଗ ପାଇବାରୁ ମିଶନଶକ୍ତିର ଜଣେ ମା’ ବୋଲି ସେ ଗର୍ବିତ । ଶ୍ରୀମତୀ ସୁରତି ଘଣା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ କେନ୍ଦୁଝର ଜିଲ୍ଲାପାଳ ଆଶିଷ କୁମାର ଠାକରେଙ୍କୁ କୃତଜ୍ଞତା ଜଣାଇଛନ୍ତି।
May 31, 2023
0 Comment
196 Views
ମିଶନଶକ୍ତି ଜରିଆରେ ସିଙ୍ଗାପୁରଗସ୍ତ କରିବେ ଜିଲ୍ଲାପ୍ରତିନିଧି
କେନ୍ଦୁଝର,୩୧ା୫(ନି.ପ୍ର) ସ୍ବଂୟସହାୟକଗୋଷ୍ଠୀ ମହିଳା ମାନଙ୍କୁ ଉଦ୍ୟାେଗୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆରମ୍ଭ କରିଛନ୍ତି ଭୁବନେଶ୍ବର ରୁ ସିଙ୍ଗାପୁର ସିଧାସଳଖ ପ୍ରଥମ ବିମାନ ଉଡାଣରେ ଯିବେ ମିଶନଶକ୍ତିର ପ୍ରତିନିଧି।ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାରୁ ମିଶନଶକ୍ତି ଜିଲ୍ଲାସ୍ତରୀୟ ସଂଘର ସଭାନେତ୍ରୀ ସୁରତି ଘଣା ସିଙ୍ଗାପୁର ଯିବାପାଇଁ ମନୋନୀତ ହୋଇଛନ୍ତି।ଏହି ଅବସର ରେ ୩୧ ମେ ବୁଧବାର ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ଠାରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା।ସମାଜ କଲ୍ୟାଣ ଅଧିକାରୀ ଗୈାରୀମଣି ହାଁସଦା,ଓରମାସର ଯୁଗ୍ମ... Read More