କେନ୍ଦୁଝର, ତେଲକୋଇ ବିଧାୟକ ଇଂ ପ୍ରେମାନନ୍ଦ ନାୟକ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ କେନ୍ଦୁଝର ଓ ରାଜ୍ୟ ରାଜନୀତି ବେଶ୍ ଚଳଚଞ୍ଚଳ ହୋଇପଡ଼ିଛି। ପ୍ରଥମେ ୨୦୦୯ ଏବଂ ପରେ ୨୦୧୯ ନିର୍ବାଚନରେ ତେଲକୋଇ ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହେବା ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ତେଲକୋଇରୁ ପ୍ରଥମ ବିଧାୟକ ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିବା ଜିଲା ବିଜେଡିର ଯୁବ ନେତା ଇଂ ପ୍ରେମାନନ୍ଦ ନାୟକ ୧୨ ଅକ୍ଟୋବର ୨୦୨୩ରୁ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଏକ ଧାଡିକିଆ ଇସ୍ତଫାପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇବା ପରେ ଶୁକ୍ରବାର ଏହା ପ୍ରଥମଥର ପାଇଁ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଥିଲା। ୩ବର୍ଷ ଦକ୍ଷତାର ସହ ଦାୟିତ୍ୱ ନିର୍ବାହ ପରେ ଇଂ ଶ୍ରୀ ନାୟକଙ୍କୁ ପ୍ରଥମେ ମନ୍ତ୍ରୀମଣ୍ଡଳରୁ ବାଦ୍ ଦେବା ଏବଂ ପରବର୍ତ୍ତୀ ସମୟରେ ୨୦୧୯ ନିର୍ବାଚନରେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ବୀ ବିଜେପି ପ୍ରାର୍ଥୀ ଧନୁର୍ଜୟ ସିଦ୍ଦୁଙ୍କୁ ବିଜେଡିରେ ସାମିଲ କରିବା ପରଠାରୁ ପ୍ରେମାନନ୍ଦ ଦଳରେ ଏକପ୍ରକାର କୋଣଠେସା ହୋଇ ରହୁଥିବା ଦେଖିବାକୁ ମିଳୁଥିଲା। ଇଂ ଶ୍ରୀ ନାୟକଙ୍କ ଆଗାମୀ ରାଣନୀତି କଣ ରହିବ ତାହାକୁ ନେଇ ରାଜନୀତି ମହଲରେ ଚର୍ଚ୍ଚା ଜୋର ଧରିଛି।
February 9, 2024
0 Comment
176 Views
ବିଜେଡିରୁ ତେଲକୋଇ ବିଧାୟକଙ୍କ ଇସ୍ତଫା, ଜିଲ୍ଲା ରାଜନୀତି ସରଗରମ
କେନ୍ଦୁଝର, ତେଲକୋଇ ବିଧାୟକ ଇଂ ପ୍ରେମାନନ୍ଦ ନାୟକ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ନେଇ ଶୁକ୍ରବାର ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ କେନ୍ଦୁଝର ଓ ରାଜ୍ୟ ରାଜନୀତି ବେଶ୍ ଚଳଚଞ୍ଚଳ ହୋଇପଡ଼ିଛି। ପ୍ରଥମେ ୨୦୦୯ ଏବଂ ପରେ ୨୦୧୯ ନିର୍ବାଚନରେ ତେଲକୋଇ ନିର୍ବାଚନମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ଭାବେ ବିଜୟୀ ହେବା ଏବଂ ପରବର୍ତ୍ତୀ ସମୟରେ ରାଜ୍ୟ ମନ୍ତ୍ରୀମଣ୍ଡଳରେ ତେଲକୋଇରୁ ପ୍ରଥମ ବିଧାୟକ ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଦାୟିତ୍ୱ ଗ୍ରହଣ... Read More