ନବରଙ୍ଗପୁର, ନି ପ୍ର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଇଚ୍ଛାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭଙ୍ଗାରୁଜା ହେବାର ଛଅ ଦିନ ବିତି ଯାଇଥିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ। ସୁଚନା ପ୍ରକାରେ ଗତ ଦୁଇ ଜୁଲାଇ ରବିବାର ଦିନ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ଭିତର ଗ୍ରିଲ, କବାଟ, ଝରକା, ଚେୟାର ଟେବୁଲ୍ ଓ ଅନ୍ୟାନ୍ୟ ବସ୍ତୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅନ୍ୟପଟେ ପଞ୍ଚାୟତ କାର୍ଯ୍ୟାଳୟ ଚାରି ପାଖ ଚାରି ଗୋଟି ଟ୍ରାକ୍ଟର ଲଗାଇ ହଳ କରି ମକା ଧାନ ବୁଣି ସାରିଥିଲେ ମଧ୍ୟ କାହାରିକି ଏହି ଘଟଣା ପ୍ରଭାବ ପଡୁନାହିଁ। ଘଟଣା ର ପାଞ୍ଚ ଦିନ ପରେ ଉକ୍ତ ଗ୍ରାମ ସିନ୍ଧି ଭଟା ର ଦୁଇ ନମ୍ୱର୍ ୱାର୍ଡ ସଭ୍ୟା ଚନ୍ଦ୍ର ବତି ଜାନି ଝରିଗାଁ ଥାନାକୁ ଯାଇ ଘଟଣା ସମନ୍ଧାରେ ଏତଲା ଦେବା ପରେ ଥାନାଧିକାରୀ ଏତଲା ଗ୍ରହଣ କରିବାକୁ ମନା କରୁଥିବାରୁ ସେ ସେଠାରୁ ଫେରି ଆସିଲେ।ଯେହେତୁ ଘଟଣା ଏକ ସରକାରୀ କାର୍ଯ୍ୟାଳୟ ଭଙ୍ଗାରୁଜା ହୋଇଛି ସଂପୃକ୍ତ ଅଧିକାରୀ ଏତଲା ଦେବା ପରେ କାର୍ଯ୍ୟାନୁଷ୍ଠନ କରାଯିବ ବୋଲି କହୁଥିବା ସମୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପଚାରି ବୁଝି ବା ପରେ ସେ ଥାନାରେ ଏତଲା ଦେଇଛନ୍ତି କିନ୍ତୁ ଏତଲା ଦେବା ତାରିଖ ମନେ ପଡୁ ନାହିଁ ବୋଲି କହୁ ଥିବା ବେଳେ ଥାନାଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଭିତର ମତ ତାଳ ମେଳ ଖାଉ ନ ଥିବା ଦେଖା ଦେଇଛି। ଜିଲ୍ଲାରେ ଏପରି ଘଟଣା ପ୍ରଥମ ଥର ଦେଖିବକୁ ମିଳିଛି କିନ୍ତୁ କିଏ, କାହିଁକି ଓ କେଉଁ ପରିସ୍ଥିତି ରେ କାର୍ଯ୍ୟାଳୟ ଭଙ୍ଗାରୁଜା କରି କାର୍ଯ୍ୟାଳୟ ଆଖ ପାଖ ହଳ କରି ଚାଷ କରୁଛି ଓ କେଉଁ ମାନେ ଅପରାଧୀ ମାନଙ୍କୁ ଘଣ୍ଟ ଘଡାଇ ରଖିଛନ୍ତି ତାହା ଆଶ୍ଚର୍ୟ୍ଯ ଚକିତ କରୁଛି।
July 6, 2023
0 Comment
289 Views
ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ଭଙ୍ଗାରୁଜା, କାର୍ଯ୍ୟାଳୟ ଚାରି ପାଖ ହଳ କରି ଚାଷ କଲେଣି, ପ୍ରଶାସନ ନିଦରୁ ଉଠିବ କେବେ?
ନବରଙ୍ଗପୁର, ନି ପ୍ର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ୍ ଇଚ୍ଛାପୁର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭଙ୍ଗାରୁଜା ହେବାର ଛଅ ଦିନ ବିତି ଯାଇଥିବା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୁନ। ସୁଚନା ପ୍ରକାରେ ଗତ ଦୁଇ ଜୁଲାଇ ରବିବାର ଦିନ ଇଚ୍ଛାପୁର ପଞ୍ଚାୟତ କାର୍ଯ୍ୟାଳୟ ଭିତର ଗ୍ରିଲ, କବାଟ, ଝରକା, ଚେୟାର ଟେବୁଲ୍ ଓ ଅନ୍ୟାନ୍ୟ ବସ୍ତୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଅନ୍ୟପଟେ ପଞ୍ଚାୟତ କାର୍ଯ୍ୟାଳୟ... Read More