ନବରଙ୍ଗପୁର, ଏହି କାର୍ଯ୍ୟଳୟ ରେ ଟଙ୍କା ବା ଉତ୍କଚ ନେବା ଓ ଦେବା ଅପରାଧ ବୋଲି ବିଜ୍ଞାପନ ଲାଗିଥିବା କାର୍ଯ୍ୟଳୟ ରେ ଉତ୍କଚ ନ ଦେଲେ ବିଲ୍ ହେଉ ନାହି। ଦୁର୍ନିତୀ ରୋକିବା ଦିଗରେ ସରକାର ଅତ୍ୟନ୍ତ ସଚେତନ ଥିବାର ପ୍ରଚାର ହେଉଥିବା ବେଳେ ଉପାନ୍ତ ଅଂଚଳରେ ଏହାର ବିପରୀତ ଦେଖିବାକୁ ମିଳୁଛି । ବଡ ବଡ ଠିକାଦାର ଏବଂ ଲକ୍ଷ ଲକ୍ଷ ଟଙ୍କାର ସରକାରୀ କାର୍ଯ୍ୟ କରୁଥିବା ଲୋକଙ୍କ ଠାରୁ ପିସି ଆଦାୟ କରୁଥିବାର ଦୃଷ୍ଟାନ୍ତ ଅନେକ ସମୟରେ ଦେଖିବାକୁ ମିଳୁଥିବା ବେଳେ ମାତ୍ର କୋଡିଏ ହଜାର ଟଙ୍କାର ଏକ ବିଲ କରିବାକୁ ପିସି ମାଗୁଥିବା ନେଇ ଅଭିଯୋଗ ହୋଇଛି । ଲିଖିତ ଅଭିଯୋଗ ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦିଆ ଯାଇଛି । ମିଳିଥିବା ସୂଚନା ଅନୁସାରେ ଗତ ବର୍ଷ ନନ୍ଦାହାଣ୍ଡି ବ୍ଲକରେ ଝାଡ଼ାବାନ୍ତି ବ୍ୟାପିଥିଲା । ସେହି ସମୟରେ ଯୁଦ୍ଧ କାଳୀନ ଭିତ୍ତିରେ ଗ୍ରାମର ଡ୍ରେନ ସଫା କରିବା ପାଇଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବ ଶଙ୍କର ମୁର୍ମୁ ନିର୍ଦେଶ ଦେଇଥିଲେ ଏବଂ ଡ୍ରେନ ସଫା କରାଯାଇଥିଲା । କିନ୍ତୁ ପ୍ରାୟ ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ଡ୍ରେନ ସଫା କରାଯାଇଥିବାର ବିଲ କରାଯାଇ ନାହିଁ । ଏ ନେଇ ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନ ମିଳିନଥିଲା ।ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିବା ପରେ ଦୁଇ ଦିନ ମଧ୍ୟରେ ବିଲ କରିଦେବାର ପ୍ରତିଶୃତି ଦେଇ ଜିଲ୍ଲାପାଳଙ୍କୁ ନ ଜଣେଇବା ପାଇଁ ଅନୁରୋଧ କରିଥିଲେ । ତଥାପି ବିଲ କରିବାରେ ବିଳମ୍ବ କରାଯାଇଛି । ବାରମ୍ବାର ଗୁହାରି କରିବା ପରେ ମାତ୍ର କୋଡ଼ିଏ ହଜାର ଟଙ୍କା ବିଲ କରିଦେବା କୁହାଯାଇଥିଲା ଯାହା କି ଖର୍ଚ ଟଙ୍କା ଠାରୁ କମ ଅଛି । ଅଭିଯୋଗ କାରୀଙ୍କ କହିବା ଅନୁସାରେ ୨୦୦୦ ଟଙ୍କା ପିସି ନ ଦେଲେ ସେହି ବିଲ କରିବେ ନାହିଁ ବୋଲି ଜେଇ ମାନସ ରଞ୍ଜନ ସେଠି କହିଛନ୍ତି । ପିସି ପାଇଁ ମନା କରିବାରୁ ବିନା ପିସିରେ ବ୍ଲକ କାର୍ଯ୍ୟାଳୟରେ କୌଣସି କାମ ହେଉନଥିବା ଏବଂ ବ୍ଲକ କାର୍ଯ୍ୟାଳୟରେ ସମସ୍ତେ ପିସି ନେଉଥିବା କହିଛନ୍ତି ଖୋଦ ଜେଇ । କାମ ଶେଷ କରିବାର ଏକ ବର୍ଷ ପରେ କମ ଟଙ୍କା ବିଲ କରି ପୁଣି ପିସି ପାଇଁ ବାଧ୍ୟ କରୁଥିବାରୁ ଅତିଷ୍ଠ ହୋଇ ଅଭିଯୋଗକାରୀ ହରିହର ପାଇକ ଏକ ଲିଖିତ ଅଭିଯୋଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସାହୁଙ୍କୁ ପ୍ରଦାନ କରିଛନ୍ତି । କରିଥିବା କାର୍ଯ୍ୟର ଉପଯୁକ୍ତ ବିଲ କରେଇବା ସହ ଜେଇଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି ।
July 13, 2023
0 Comment
281 Views
ନବରଙ୍ଗପୁର ଜିଲ୍ଲାରେ ଦୁର୍ନିତୀ ସୀମା ଟପିଛି, ପିସି ନାହିଁ ତ ବିଲ୍ ନାହିଁ
ନବରଙ୍ଗପୁର, ଏହି କାର୍ଯ୍ୟଳୟ ରେ ଟଙ୍କା ବା ଉତ୍କଚ ନେବା ଓ ଦେବା ଅପରାଧ ବୋଲି ବିଜ୍ଞାପନ ଲାଗିଥିବା କାର୍ଯ୍ୟଳୟ ରେ ଉତ୍କଚ ନ ଦେଲେ ବିଲ୍ ହେଉ ନାହି। ଦୁର୍ନିତୀ ରୋକିବା ଦିଗରେ ସରକାର ଅତ୍ୟନ୍ତ ସଚେତନ ଥିବାର ପ୍ରଚାର ହେଉଥିବା ବେଳେ ଉପାନ୍ତ ଅଂଚଳରେ ଏହାର ବିପରୀତ ଦେଖିବାକୁ ମିଳୁଛି । ବଡ ବଡ ଠିକାଦାର ଏବଂ ଲକ୍ଷ ଲକ୍ଷ ଟଙ୍କାର ସରକାରୀ କାର୍ଯ୍ୟ କରୁଥିବା ଲୋକଙ୍କ ଠାରୁ ପିସି ଆଦାୟ କରୁଥିବାର ଦୃଷ୍ଟାନ୍ତ... Read More