ନବରଂଗପୁର, ଜିଲ୍ଲାର ପ୍ରଥମକରି ସ୍ଥାନୀୟ କୋଷାଗୁମୁଡା ଆରଏମସି ଗୋଡାଉନ ଠାରେ ଶ୍ରୀ ଗଣେଶ ପ୍ରାଥମିକ ସମବାୟସମିତି ଦ୍ବାରା ମତ୍ସ୍ୟଖାଦ୍ୟ କାରଖାନା ଜିଲ୍ଲାପାଳ ଡ କମଳଲୋଚନ ମିଶ୍ରଙ୍କ କରକୋମଳରେ ଶୁଭ ଉଦଘାଟିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ ମିଶ୍ର ଏହା କେବଳ ଯେ, ମାଛଚାଷୀଙ୍କ ଅଭାବ ଦୂର ହେବ ତାହା ନୁହେଁ ବରଂ ଜିଲ୍ଲାର ସମୃଦ୍ଧି ପଥରେ ଏକ ପାଦ ଯୋଡି ହୋଇଥିବା କଥା କହିଥିଲେ। ଜିଲ୍ଲାରେ ଦୈନନ୍ଦୀନ ହାରରେ ଖାଦ୍ୟ ପାଇଁ ମାଛର ଆବଶ୍ୟକତାକୁ ପୂରଣ କରିବାକୁ କିଛିବର୍ଷ ମଧ୍ୟରେ ମତ୍ସ୍ୟଚାଷୀ ଓ ଚାଷର ଚାହିଦା ବଢିଛି। ଜିଲ୍ଲାରେ ମାଛଚାଷ ସଂସାଧନ ପାଇଁ ଚାଷୀ ଜିଲ୍ଲା ବାହାରୁ ତଥା ଅନ୍ୟ ରାଜ୍ୟ ଉପରେ ନିର୍ଭର କରୁଥିବା ବେଳେ ବର୍ତ୍ତମାନ ଜିଲ୍ଲା ମଧ୍ୟରେ ଉପଲବ୍ଧ ହୋଇପାରୁଛି। ମାଛଚାଷୀଙ୍କ ପାଇଁ ଶ୍ରୀ ଗଣେଶ ମତ୍ସ୍ୟଖାଦ୍ୟ କାରଖାନାରେ ଉତ୍ପାଦିତ ଖାଦ୍ୟ ସୂଲଭ ମୂଲ୍ୟରେ ତଥା ସ୍ବଳ୍ପ ପରିବହନରେ ସ୍ଥାନୀୟ ଅଞ୍ଚଳରୁ ପାଇପାରିବେ। ଜିଲ୍ଲାପାଳ ଡ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଜିଲ୍ଲାର ମାଛଚାଷୀ କିଭଳି ନିଜର ଜୀବିକା ନିର୍ବାହ କରିବା ସହ ମାଛ ଉତ୍ପାଦନ ଅଧିକରୁ ଅଧିକ ବଢିବ ସେଥିପ୍ରତି ବିଶେଷ ଧ୍ୟାନ ଦେବା ସହ ଆର୍ଥିକ ସ୍ବଚ୍ଛଳତା ପ୍ରତି ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ରଞ୍ଜିତା ବେହେରା,ପୂର୍ବତନ ମତ୍ସ୍ୟ ଅଧିକାରୀ ଜି ଜଗଦିଶ ରାଓ ମାଛର ଚାହିଦା ଓ ସରକାରଙ୍କ ଯୋଜନା ବିଷୟରେ ଚାଷୀଙ୍କୁ ବୁଝାଇଥିଲେ। ସିଆଇଏଫଏର ବୈଜ୍ଞାନିକ ଡ ନାଗେଶ ବାରିକ ଯୋଗ ଦେଇ ମାଛ ଖାଦ୍ୟର ବିଶେଷ୍ବତ,ଖାଦ୍ୟ ପ୍ରୟୋଗର ଉପକାରିତା ଓ ଉନ୍ନତ ଖାଦ୍ୟ ପରିଚାଳନା ପାଇଁ ଦିଗଦର୍ଶନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଦେବେନ୍ଦ୍ର ପଟ୍ଟନାୟକ,ସନ୍ତୋଷ ଦଳେଇ,କୋଷାଗୁମୁଡା ବ୍ଲକ୍ ବିଡିଓ ସୁକାନ୍ତ ପଟ୍ଟନାୟକ,ବ୍ଲକ ଅଧ୍ୟକ୍ଷା ସର୍ବେଶ୍ବରୀ ମାଝୀ,ଉପାଧ୍ୟକ୍ଷ ଯୋଗେନ୍ଦ୍ର ସ୍ବାଇଁ ଓ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଜିଲ୍ଲା ଚାଷୀ ଓ ଚାଷ ପ୍ରତି ଉନ୍ନତି କରିପାରିବ ତଥା ରାଜ୍ୟରେ ଅଗ୍ରଣୀ ଜିଲ୍ଲା ଭାବେ ଆଗେଇ ପାରିବ ସେଥିପ୍ରତି ବିସ୍ତୃତ ଆଲୋଚନା କରିଥିଲେ। ବ୍ଲକ ସହକାରୀ ମତ୍ସ୍ୟ ଅଧିକାରୀ ଗିରିଜା ଶଙ୍କର ପଟ୍ଟନାୟକ ଶେଷରେ ଅତିଥି ଆଭ୍ୟାଗତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
July 15, 2023
0 Comment
228 Views
ଶ୍ରୀ ଗଣେଶ ପ୍ରାଥମିକ ସମବାୟସମିତି ଦ୍ବାରା ମତ୍ସ୍ୟଖାଦ୍ୟ କାରଖାନା ଉଦଘାଟିତ
ନବରଂଗପୁର, ଜିଲ୍ଲାର ପ୍ରଥମକରି ସ୍ଥାନୀୟ କୋଷାଗୁମୁଡା ଆରଏମସି ଗୋଡାଉନ ଠାରେ ଶ୍ରୀ ଗଣେଶ ପ୍ରାଥମିକ ସମବାୟସମିତି ଦ୍ବାରା ମତ୍ସ୍ୟଖାଦ୍ୟ କାରଖାନା ଜିଲ୍ଲାପାଳ ଡ କମଳଲୋଚନ ମିଶ୍ରଙ୍କ କରକୋମଳରେ ଶୁଭ ଉଦଘାଟିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଡ ମିଶ୍ର ଏହା କେବଳ ଯେ, ମାଛଚାଷୀଙ୍କ ଅଭାବ ଦୂର ହେବ ତାହା ନୁହେଁ ବରଂ ଜିଲ୍ଲାର ସମୃଦ୍ଧି ପଥରେ ଏକ ପାଦ ଯୋଡି ହୋଇଥିବା କଥା କହିଥିଲେ। ଜିଲ୍ଲାରେ ଦୈନନ୍ଦୀନ ହାରରେ ଖାଦ୍ୟ ପାଇଁ ମାଛର ଆବଶ୍ୟକତାକୁ ପୂରଣ... Read More