ନବରଙ୍ଗପୁର(ସରୋଜ କୁମାର ବେହେରା)ନବରଙ୍ଗପୁର ଠାରେ ଜୈନ ସମାଜ ପକ୍ଷରୁ ଏକ ନୀରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କର୍ଣ୍ଣାଟକ ରାଜ୍ୟର ବେଲଗାବି ର ଚିକୋଡ଼ି ଗ୍ରାମରେ ଜୈନ ମୁନି ଆଚାର୍ଯ୍ୟ ୧୦୮ ଶ୍ରୀ କାମ କୁମାର ନନ୍ଦୀ ଜୀ ଙ୍କ ଗତ ଜୁଲାଇ ଚାରି ତାରିଖ ଦିନ ଅତି ନିର୍ମମ ଭାବେ ହତ୍ୟା ପ୍ରତିବାଦ କରି ଆଜିର ଏହି ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାଟି ସ୍ଥାନୀୟ ରାମ ମନ୍ଦିର ଠାରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ଯାଇ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଜଣେ ଜୈନ ଧର୍ମ ଗୁରୁଙ୍କୁ ନିର୍ମମ ଭାବରେ ହତ୍ୟା କରି ଅଭିଯୁକ୍ତ ମାନେ ଦେଶକୁ କଣ ସୂଚନା ଦେବାକୁ ଚାହୁଁଛନ୍ତି । ଏହି ଜୈନ ଗୁରୁଙ୍କୁ ଅପହରଣ କରି ଅମାନୁଷିକ ଭାବରେ ହତ୍ୟା କରାଯାଇଥିଲା । ଏହି ଘଟଣା ପର ଠାରୁ ଜୈନ ସମାଜ ପକ୍ଷରୁ ସମଗ୍ର ଦେଶରେ ଜୈନ ସାଧୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଏହି ଦାବି ପତ୍ରଟି ଜିଲ୍ଲାପାଳଙ୍କ ଦ୍ବାରା କେନ୍ଦ୍ର ସରକାର ,ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ପାଖକୁ ପଠାଇବା ପାଇଁ ସମାଜ ପକ୍ଷରୁ ଏହି ଦାବି ପତ୍ରଟି ପ୍ରଦାନ କରାଯାଇଥିଲା। ଏହିଭଳି ଘଟଣା ଆଗକୁ ଯେପରି ହେବ ନାହିଁ ଏଥି ପ୍ରତି କେନ୍ଦ୍ର ସରକାର ଦୃଷ୍ଟି ଦେବା ଓ ସାଧୁ ମାନଙ୍କୁ ସୁରକ୍ଷା ଦେବା ପାଇଁ ଦାବି ପତ୍ରରେ ଅନୁରୋଧ କରାଯାଇଛି ।ଏହି ଶୋଭାଯାତ୍ରାରେ ନବରଙ୍ଗପୁରର ୧୦୦୮ ଶ୍ରୀ ଆଦିନାଥ ଦିଗମ୍ବର ଜୈନ ମନ୍ଦିରର ଅଧ୍ୟକ୍ଷ ନରେଶ ଜୈନ, ମହାମନ୍ତ୍ରୀ ଦିନେଶ ଜୈନ,କୋଷାଧ୍ୟକ୍ଷ ହରେନ୍ଦ୍ର କୁମାର ଜୈନ,ଜୈନ ଶ୍ୱେତାମ୍ବର୍ ତେରପନ୍ଥ ସଭା ଅଧ୍ୟକ୍ଷ ବବୁଲୁ ଜୈନ , ମନ୍ତ୍ରୀ ବିକ୍ରମ ଜୈନ,ଏବଂ ଦୀପକ ଜୈନ , ଦିଲୀପ ଜୈନଙ୍କ ସାଥିରେ ସମାଜର ବହୁ ପୁରୁଷ ଓ ମହିଳା ଯୋଗଦାନ କରିଥିଲେ ।
July 20, 2023
0 Comment
210 Views
କର୍ଣାଟକ ବେଲଗାବିର ଚିକୋଡ଼ି ଗ୍ରାମରେ ଜୈନ ମୁନୀ ଆଚାର୍ଯ୍ୟ ଶ୍ରୀ ୧୦୮ କାମ କୁମାର ନନ୍ଦୀଜୀଙ୍କ ନିର୍ମମ ହତ୍ୟା ଘଟଣାର ପ୍ରତିବାଦରେ ନିରବ ଶୋଭାଯାତ୍ରା
ନବରଙ୍ଗପୁର(ସରୋଜ କୁମାର ବେହେରା)ନବରଙ୍ଗପୁର ଠାରେ ଜୈନ ସମାଜ ପକ୍ଷରୁ ଏକ ନୀରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। କର୍ଣ୍ଣାଟକ ରାଜ୍ୟର ବେଲଗାବି ର ଚିକୋଡ଼ି ଗ୍ରାମରେ ଜୈନ ମୁନି ଆଚାର୍ଯ୍ୟ ୧୦୮ ଶ୍ରୀ କାମ କୁମାର ନନ୍ଦୀ ଜୀ ଙ୍କ ଗତ ଜୁଲାଇ ଚାରି ତାରିଖ ଦିନ ଅତି ନିର୍ମମ ଭାବେ ହତ୍ୟା ପ୍ରତିବାଦ କରି ଆଜିର ଏହି ଶୋଭାଯାତ୍ରାର ଅୟୋଜନ କରାଯାଇଥିଲା । ଏହି ଶୋଭାଯାତ୍ରାଟି ସ୍ଥାନୀୟ ରାମ ମନ୍ଦିର ଠାରୁ ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ଯାଇ... Read More