ନବରଙ୍ଗପୁର :(ସରୋଜ କୁମାର ବେହେରା) ସକାଳ ଖବର କାଗଜର ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ଗୌରାଙ୍ଗ ପାତ୍ରଙ୍କ ମାତା ରମ୍ଭା ପାତ୍ରଙ୍କ ସୋମବାର ରାତ୍ର ପ୍ରାୟ ୯ଟା ସମୟରେ ରାଜୁସାହି ସ୍ଥିତ ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଠଭାଷୀ ଓ ଧର୍ମ ପରାୟଣା ମହିଳା ଥିଲେ । ସେ ଜଣେ ଜଗନ୍ନାଥ ପ୍ରେମୀ ଥିଲେ । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଶଯ୍ୟାସାୟୀ ରହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପାଞ୍ଚ ପୁତ୍ର ଗୋପାଳ କୃଷ୍ଣ ପାତ୍ର, ବାଲ୍ୟକୃଷ୍ଣ ପାତ୍ର, ବିଘ୍ନରାଜ ପାତ୍ର, ପ୍ରଫୁଲ କୁମାର ପାତ୍ର, ଗୌରାଙ୍ଗ ପାତ୍ର (କୁନା ପାତ୍ର), ତାଙ୍କ ୫ ବୋହୂ, ନାତୁଣୀ ଗାୟତ୍ରୀ ପାତ୍ର, ତନୁଶ୍ରୀ ପାତ୍ର, ଶୁଭଶ୍ରୀ ପାତ୍ର, ସୌମ୍ୟାଶ୍ରୀ ପାତ୍ରଙ୍କ ସମେତ ନାତି, ନାତୁଣୀ ଜ୍ବାଇଁ ଓ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ । ରାଜପୁରୋହିତ ନରସିଂହ ତ୍ରିପାଠୀ, ଡବ୍ଲୁ ଜେ ୟୁ ସାମ୍ବାଦିକ ସଙ୍ଘର ସଭାପତି, ପି. ପ୍ରକାଶ, ସାଧାରଣ ସମ୍ପାଦକ ଏ. ସତୀଶ, କାର୍ଯ୍ୟକାରିଣୀ ସଦସ୍ୟ କିରଣ ପଟ୍ଟନାୟକ, ଶ୍ରୀଧର ପାତ୍ର, ବିଜେଡି ଯୁବ ନେତା ତାପସ ତ୍ରିପାଠୀ, ଦିଲୁ ପଣ୍ଡା ସମେତ ନବରଙ୍ଗପୁର ସହରର ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କର ଶେଷ ଦର୍ଶନ କରିଥିଲେ । ନବରଙ୍ଗପୁର ଶ୍ମଶାନରେ ତାଙ୍କର ଶେଷ କୃତ୍ୟ ସମ୍ପନ୍ନ ହୋଇଥିଲା ।
September 14, 2023
0 Comment
196 Views
ଧର୍ମ ପରାୟଣ ମହିଳା ଓ ସକାଳ ଜିଲ୍ଲା ପ୍ରତିନିଧିଙ୍କ ମାତୃ ବିୟୋଗ
ନବରଙ୍ଗପୁର :(ସରୋଜ କୁମାର ବେହେରା) ସକାଳ ଖବର କାଗଜର ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ଗୌରାଙ୍ଗ ପାତ୍ରଙ୍କ ମାତା ରମ୍ଭା ପାତ୍ରଙ୍କ ସୋମବାର ରାତ୍ର ପ୍ରାୟ ୯ଟା ସମୟରେ ରାଜୁସାହି ସ୍ଥିତ ପରଲୋକ ହୋଇଯାଇଛି । ସେ ଜଣେ ମିଷ୍ଠଭାଷୀ ଓ ଧର୍ମ ପରାୟଣା ମହିଳା ଥିଲେ । ସେ ଜଣେ ଜଗନ୍ନାଥ ପ୍ରେମୀ ଥିଲେ । ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ହୋଇ ଶଯ୍ୟାସାୟୀ ରହିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୯୨... Read More