ନବରଙ୍ଗପୁର, (ସରୋଜ କୁମାର ବେହେରା) ଦୁଇ ବର୍ଷ ପୂର୍ବେ ଲଗାଣ ବର୍ଷା ଯୋଗୁଁ ଝିଙ୍କର ଘର ଭାଙ୍ଗି ଚୂର୍ ମାର ହୋଇ ଯିବା ପରେ ଆଶ୍ରୟ ନେବାକୁ କୌଣସି ସାହାରା ନ ପାଇ ବାଧ୍ୟ ହୋଇ ଗାଁ ସ୍କୁଲ୍ ରାସ୍ତାକୁ ଲାଗିଥିବା କାନ୍ଥକୁ ନେଇ ଏକ ଛାମୁଣ୍ଡିଆ କରି ସାତ ଜଣ ପ୍ରାଣୀ ଆଶ୍ରୟ ନେବା ପରି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ।ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଡ ମସିଗାଁ ଗ୍ରାମ ପଞ୍ଚାୟତ ଅଧୀନ ଡୁଡ଼୍ରୀଗୁଡ଼ା ଗ୍ରାମରେ। ସୁଚନା ପ୍ରକାରେ ବେଣୁ ମାଳି,ସତ୍ୟବତୀ ମାଳି ମଙ୍ଗଳ ସିଂ ମାଳି ଓ ତାଙ୍କ ସ୍ତ୍ରୀ ରମା ମାଳି ସେମାନଙ୍କ ପୁଅ ଝିଅ ରାମଚନ୍ଦ୍ର, ସୁସ୍ମିତା ଓ ଫୁଲମଣି ଗାଁ ର ଏକ ପୁରୁଣା ଝିଙ୍କର ଘରେ ଆଶ୍ରୟ ନେଇଥିଲେ ।ହଠାତ୍ ଲଗାଣ ବର୍ଷା ଯୋଗୁଁ ଘର ଭାଙ୍ଗି ଯିବା ପରେ ନିଜ ଜୀବନ ରକ୍ଷା କରି କୌଶଳ କ୍ରମେ ଘରୁ ବାହାରି ଆସିବା ପରେ ନିରାଶ୍ରୟ ଜୀବନ ଅତିବାହିତ କରିବା ପାଇଁ ବାଧ୍ୟ ହେଲେ। ଘର ଭାଙ୍ଗି ଯିବା ପରେ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ବାରମ୍ବାର ଅନୁରୋଧ କରିବା ପରେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସୁବିଧା ପାଇବାରୁ ବଞ୍ଚିତ ହୋଇ ଏକ ସଂଘର୍ଷମୟ ସାତ ଜଣ ପ୍ରାଣୀ ଦୁଖ କଷ୍ଟ କୁ ସହି ଏକ ସ୍କୁଲ୍ କାନ୍ଥକୁ ଲାଗି ଛାମୁଣ୍ଡିଆ ନିର୍ମାଣ କରି ମୁଣ୍ଡ ଗୁଞ୍ଜିବାକୁ ପଡୁଛି ଏକ ଦୁଃଖ ଜର୍ଜରିତ ପରିବାରକୁ । ଇତି ମଧ୍ୟରେ ମଙ୍ଗଳ ସିଂ ମାଳିଙ୍କ ସ୍ତ୍ରୀ ରମା ମାଳିଙ୍କ ମୃତ୍ୟୁ ପରେ ଦୁଇ ଜଣ କୁନି କୁନି ଝିଅର ଭାର ବଡ ବାପା ବେଣୁ ମାଳି ଯିଏକି ପାରାଲେଶିସ ରୋଗରେ ଆକ୍ରାନ୍ତ ହୋଇ ୬୧ ବର୍ଷ ଅତିକ୍ରାନ୍ତ କରିବା ପରେ ମଧ୍ୟ ବୃଦ୍ଧ ବୟସରେ ପେନସନ ସୁବିଧା ହୋଇ ପାରି ନାହିଁ । ଫଳରେ ଗୋଟିଏ ପରିବାରକୁ ଦାରିଦ୍ର୍ୟତା ଅଭିଶାପ ପାଲଟିଛି। ବଞ୍ଚିବା ମରିବା ଏକ ସମାନ ହୋଇ ପଡିଛି ବୋଲି କହିଛନ୍ତି ପୀଡ଼ିତା ସତ୍ୟବତୀ ମାଳି। ଜମୀ ହୀନ ଭୂମୀ ହୀନ ହେବା ସେମାନଙ୍କ ପାଈଁ ପାପ ହୋଇ ପଡ଼ିଛି। ସରକାରୀ ସହାୟତା ଏହି ପରିବାର ପାଇଁ ସାତ ସପନ ପାଲଟି ଯାଇଛି। ରାସ୍ତା କୋଡରେ ସ୍କୁଲ୍ କାନ୍ଥ ଛାମୁଣ୍ଡିଆରେ ତିନି ଫୁଟ ଓସାର ଛଅ ଫୁଟ ଲମ୍ବ କୁଡିଆରେ ଜଣେ ମୁସ୍କିଲ ହେଉଥିବା ସ୍ଥାନରେ ଛଅ ଜଣ ପ୍ରାଣୀ ଟାଣି ଓଟାରି ମୁଣ୍ଡ ଗୁଞ୍ଜିବାକୁ ପଡୁଛି। ଏହି ପରିବାର ପ୍ରତି ନେତା ମନ୍ତ୍ରି ଓ ସରକାରୀ ବାବୁଙ୍କ କୃପା ଦୃଷ୍ଟି କେବେ ପଡ଼ିବ ତାହା ଦେଖିବାକୁ ବାକି ରହିଲା।
October 6, 2023
0 Comment
322 Views
ସ୍କୁଲ କାନ୍ଥରେ ଛାମୁଣ୍ଡିଆ କରି ଆଶ୍ରୟ ନେଇଛନ୍ତି ସାତଜଣ ପ୍ରାଣୀ, ଅନିଶ୍ଚିତତା ମଧ୍ୟରେ କୁନି କୁନି ଛୁଆଙ୍କ ଭବିଷ୍ୟତ
ନବରଙ୍ଗପୁର, (ସରୋଜ କୁମାର ବେହେରା) ଦୁଇ ବର୍ଷ ପୂର୍ବେ ଲଗାଣ ବର୍ଷା ଯୋଗୁଁ ଝିଙ୍କର ଘର ଭାଙ୍ଗି ଚୂର୍ ମାର ହୋଇ ଯିବା ପରେ ଆଶ୍ରୟ ନେବାକୁ କୌଣସି ସାହାରା ନ ପାଇ ବାଧ୍ୟ ହୋଇ ଗାଁ ସ୍କୁଲ୍ ରାସ୍ତାକୁ ଲାଗିଥିବା କାନ୍ଥକୁ ନେଇ ଏକ ଛାମୁଣ୍ଡିଆ କରି ସାତ ଜଣ ପ୍ରାଣୀ ଆଶ୍ରୟ ନେବା ପରି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ।ନବରଙ୍ଗପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବଡ ମସିଗାଁ ଗ୍ରାମ... Read More