
ନବରଙ୍ଗପୁର, ଦୀର୍ଘ ଦିନର ଗ୍ରୀଷ୍ମ କାଳୀନ ଛୁଟି ପରେ ଆଜି ଖୋଲିଛି ବିଦ୍ୟାଳୟ। ସରକାରୀ ନିର୍ଦେଶ ଅନୁଯାୟୀ ଆଜି ଗ୍ରୀଷ୍ମ ଛୁଟି ଶେଷ ହେବା ପରେ ଆଜି ଓଡ଼ିଶା ତଥା ନବରଙ୍ଗପୁର ଜିଲ୍ଳାର ସମସ୍ତ ବିଦ୍ୟାଳୟ ଖୋଲିଛି ସତ କିନ୍ତୁ ପିଲା ସଂଖ୍ୟା ଶୁନ ରହିଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଅନ୍ତର୍ଗତ ଚେରଚେଟା ଗ୍ରାମ ପଞ୍ଚାୟତର ଚେରଚେଟା ଗ୍ରାମରେ। ପ୍ରଥମ ଶ୍ରେଣୀରୁ ଦଶମ ପର୍ୟ୍ୟନ୍ତ ଶ୍ରେଣୀ ଥିବା ବିଦ୍ୟାଳୟ ରେ ୨୦୧ ପୁଅ ଓ ୨୪୭ ଝିଅ ମୋଟ ୪୪୮ ବିଦ୍ୟାର୍ଥି ପଢୁଥିବା ବିଦ୍ୟାଳୟରେ ଗ୍ରୀଷ୍ମ କାଳୀନ ଛୁଟି ପରେ ବିଦ୍ୟାର୍ଥୀଙ୍କ ସଂଖ୍ୟା ଶୁନ ରହିଛି। ରଥ ଯାତ୍ରା ପର ଦିନ ହୋଇଥିବା କାରଣରୁ ବିଦ୍ୟାର୍ଥୀ ନ ଥିବା କହିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ଵ ରେ ଥିବା ଶିକ୍ଷୟତ୍ରୀ ସାଗରିକା ମହାନ୍ତି।