କେନ୍ଦୁଝର, କେନ୍ଦୁଝରରେ ଉଦଯାପିତ ହୋଇଛି ୩୯ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ୍ ଚମ୍ପିଆନସିପ୍ । କେନ୍ଦୁଝର ହ୍ୟାଣ୍ଡବଲ୍ ପଡ଼ିଆରେ ଆୟୋଜିତ ଏହି ଜାତୀୟସ୍ତରୀୟ ଚମ୍ପିଆନସିପ୍ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋପ ବା ଉଦଯାପନୀ ଖେଳରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର , ଡିଏଫଓ ଧନରାଜ ଏଚ.ଡି ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ ଭଗବାନ ସ୍ଵାଇଁ ଯୋଗ ଦେଇଥିଲେ। ଓଡିଶା ହ୍ୟାଣ୍ଡବଲ୍ ସଂଘର ରାଜ୍ୟ ସଂମ୍ପାଦକ ମାନସ ସିଂ ତଥା ଜିଲ୍ଲା ସମ୍ପାଦକ ରିତିକ ଅଧିକାରୀ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମ୍ୟାଚ ପରେ ମୁଖ୍ୟ ଅତିଥି ଚାରୋଟି ଦଳକୁ ଟ୍ରଫି ଓ ମେଡାଲ ପ୍ରଦାନ କରିଥିଲେ ।
ଏହି ଫାଇନାଲର ମ୍ୟାଚରେ ଓଡ଼ିଶା ହ୍ୟାଣ୍ଡବଲ ଇତିହାସରେ ଓଡ଼ିଶା ପ୍ରଥମ ଥର ପାଇଁ ବ୍ରୋଞ୍ଚ ମେଡାଲ ହାସଲ କରିଛି ।
ସେମି ଫାଇନାଲ ମ୍ୟାଚରେ ଉତ୍ତର ପ୍ରଦେଶ – ଓଡ଼ିଶାକୁ ୩୬-୩୧ ଗୋଲ ରେ ତଥା ରାଜସ୍ଥାନ ହରିୟାନା କୁ ୨୭ – ୨୩ ଗୋଲ ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ । ଫାଇନାଲରେ ଉତ୍ତର ପ୍ରଦେଶ – ରାଜସ୍ଥାନ କୁ ୩୧ – ୩୦ ଗୋଲ ରେ ପରାସ୍ତ କରି ଚମ୍ପିଆନ ହୋଇଛି । ଓଡ଼ିଶା ଓ ହରିୟାନା ଯୁଗ୍ମ ତଥା ତୃତିୟ ସ୍ଥାନ ବଜାଇ ରଖିଛନ୍ତି । ଏହି ଖେଳକୁ ଭାରତୀୟ ହ୍ୟାଣ୍ଡବଲ ସଂଘର ପୁରୁଖା ରେଫରିମାନେ ପରିଚାଳିତ କରିଥିଲେ । ସେମାନେ ହେଲେ ସନ୍ଧିପ ବଲୋଦା , ଅମିତ ପାଣ୍ଡେ , ରାହୁଲ , ସନ୍ଦିପ , ନିତେଶ ଡାଗର , ମୋହିତ , ଜିତେନ୍ଦ୍ର , ଧୂରେନ୍ଦ୍ର ଡାଗର , ଭଗବାନ ସିଂ , ଇମତେୟାଜ , ସମିମ , ବର୍ଷା ସେଠୀ ଓ ଜୋତି ପାତ୍ର । ଏମାନଙ୍କୁ ସହଯୋଗ କରିଥିଲେ ସମ୍ମିତା ବିଶ୍ଵାଳ ଓ ମମତା ନାଏକ।
ଖେଳ ସମାପନ ପରେ ବାହାର ରାଜ୍ୟ ରୁ ଆସିଥିବା ସମସ୍ତ ଦଳ ଏଠାକାର ଖେଳ ପଡିଆ , ପରିବେଶ , ଲୋକ ତଥା ମ୍ୟାଚ ଆୟୋଜକକୁ ପ୍ରଶଂସା କରିଥିଲେ ।

April 12, 2025
0 Comment
0 Views
ଜାତୀୟ ହ୍ୟାଣ୍ଡବଲ ଚମ୍ପିଆନସିପ ଉଦଯାପିତ
କେନ୍ଦୁଝର, କେନ୍ଦୁଝରରେ ଉଦଯାପିତ ହୋଇଛି ୩୯ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ୍ ଚମ୍ପିଆନସିପ୍ । କେନ୍ଦୁଝର ହ୍ୟାଣ୍ଡବଲ୍ ପଡ଼ିଆରେ ଆୟୋଜିତ ଏହି ଜାତୀୟସ୍ତରୀୟ ଚମ୍ପିଆନସିପ୍ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋପ ବା ଉଦଯାପନୀ ଖେଳରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଆରକ୍ଷୀ ଅଧିକ୍ଷକ ନିତିନ କୁଶଲକର , ଡିଏଫଓ ଧନରାଜ ଏଚ.ଡି ଯୋଗ ଦେଇଥିବାବେଳେ ଅନ୍ୟତମ ଅତିଥି ଭାବେ ଭଗବାନ ସ୍ଵାଇଁ ଯୋଗ ଦେଇଥିଲେ। ଓଡିଶା ହ୍ୟାଣ୍ଡବଲ୍ ସଂଘର ରାଜ୍ୟ ସଂମ୍ପାଦକ ମାନସ... Read More