କେନ୍ଦୁଝର, ତେଲକୋଇ ବ୍ଲକ ର ବିଭିନ୍ନ ଅଞ୍ଚଳ ଏବେବି ଅପହଞ୍ଚ ହୋଇ ରହିଛି । ରାସ୍ତାଘାଟ ର ସଂଯୋଗ ନଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ଗାଁ କୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଗୋଟେ କିଲୋମିଟର ଦୂର ଖଟିଆ ରେ ବୁହା ହେବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ ଗର୍ଭବତୀ । ପରେ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଡାକ୍ତରଖାନା ଯାଇଥିଲେ ଗର୍ଭବତୀ ମହିଳା । ଏଭଳି ଅଭାବନୀୟ ଘଟଣା ସାମ୍ନା କୁ ଆସିଛି ତେଲକୋଇ ବ୍ଲକ ଉପାନ୍ତ ଅଞ୍ଚଳ ତାଳପଦା ପଞ୍ଚାୟତ ଅନ୍ତର୍ଗତ ଗୁରୁମ ଗାଁ ମୁଣ୍ଡା ସାହି ରେ । ସୂଚନା ଅନୁଯାୟୀଏହି ଗ୍ରାମ ର ଧୁବେଇ ମୁଣ୍ଡା ଙ୍କ ସ୍ତ୍ରୀ ମାନି ମୁଣ୍ଡା (୨୩) ଙ୍କର ଗର୍ଭଯନ୍ତ୍ରଣା ଆରମ୍ଭ ହେବାରୁ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଆସି ତାଳପଦା ହାଇସ୍କୁଲ ପର୍ଯ୍ୟନ୍ତ ଯାଇ କାଦୁଅ ରାସ୍ତା ଯୋଗୁଁ ଅଟକି ଯାଇଥିଲା । ଧୁବେଇ ସ୍ତ୍ରୀ ମାନି ଙ୍କୁ ଗାଁ ଲୋକଙ୍କ ସହାୟତା ରେ ଖଟିଆ ରେ କାନ୍ଧେଇ ଦୁଇ ଦୁଇଟି ନାଳ ପାର କରାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ପହଞ୍ଚାଇବା ପରେ ତାଙ୍କୁ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ତେବେ ମାନି ମୁଣ୍ଡା ମେଡିକାଲ ରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇଥିବା ବେଳେ ମା ଓ ଶିଶୁ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି ।
September 21, 2023
0 Comment
173 Views
କେନ୍ଦୁଝର ତେଲକୋଇରେ ପୁଣି ଜନନୀ ଯନ୍ତ୍ରଣା, ଖଟିଆ ରେ ବୁହାହୋଇ ୧ କିଲୋମିଟର ଗଲେ ଗର୍ଭବତୀ
କେନ୍ଦୁଝର, ତେଲକୋଇ ବ୍ଲକ ର ବିଭିନ୍ନ ଅଞ୍ଚଳ ଏବେବି ଅପହଞ୍ଚ ହୋଇ ରହିଛି । ରାସ୍ତାଘାଟ ର ସଂଯୋଗ ନଥିବା ଯୋଗୁଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକମାନେ । ଗାଁ କୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଗୋଟେ କିଲୋମିଟର ଦୂର ଖଟିଆ ରେ ବୁହା ହେବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚି ଥିଲେ ଗର୍ଭବତୀ । ପରେ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଡାକ୍ତରଖାନା ଯାଇଥିଲେ ଗର୍ଭବତୀ ମହିଳା । ଏଭଳି... Read More