କେନ୍ଦୁଝର, କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘଟଗାଁ ବ୍ଲକ ସ୍ଥିତ ମା ତାରିଣୀ କଲ୍ୟାଣ ମଣ୍ଡପରେ ନିର୍ମାଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ଊତ୍ସବରେ ଜିଲ୍ଲା ଶ୍ରମ ଅଧିକାରୀ ସୂର୍ଯ୍ୟନାରାୟଣ ମାଳୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଘସିପୁରା ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ବଦ୍ରି ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କ ପାଇଁ ସରକାର କାର୍ଯ୍ୟକାରୀ କରୁଥିବା ଯୋଜନାଗୁଡିକର ସୁଯୋଗ ନେବା ପାଇଁ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ଆହ୍ୱାନ ଜଣାଇଥିଲେ । ଓଡିଶାର ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା ନିର୍ମାଣ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟସ୍ତରରେ କଲ୍ୟାଣ ପାଣ୍ଠି ଗଠନ କରାଯାଇଛି ଏବଂ ଏହାର ସୁପରିଚାଳନା ପାଇଁ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ସ୍ଥାପନ କରାଯାଇଥିବାବେଳେ ସମସ୍ତ ନିର୍ମାଣ ଶ୍ରମିକମାନେ ପଞ୍ଜିଭୁକ୍ତ ହୋଇ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ନେବା ପାଇଁ ପରାମର୍ଶ ଦେଇଥିଲେ । ଓଡିଶା ଅଣସଂଗଠିତ ସାମାଜିକ ସୁରକ୍ଷା ବୋର୍ଡ ଅଧିନରେ ୫୦ ପ୍ରକାର ବର୍ଗରୁ ଅଧିକ ଶ୍ରମିକମାନେ ଅର୍ନ୍ତଭୂକ୍ତ ହୋଇ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଛନ୍ତି । ସମ୍ମାନୀତ ଅତିଥି ଭାବେ ଘଟଗାଁ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ଗୀତାଞ୍ଜଳି ନାଏକ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେଇ ୧୮ ବର୍ଷରୁ ଉର୍ଦ୍ଧ୍ୱ ଏବଂ ୬୦ବର୍ଷରୁ କମ୍ ବୟସର ସମସ୍ତ ନିର୍ମାଣ ଶ୍ରମିକ ନିଜ ନାମ ପଞ୍ଜିକରଣ କରିବାକୁ କହିଥିଲେ ଏବଂ ତତସଲଗ୍ନ ସହାୟତା ରାଶି ପାଆନ୍ତୁ ବୋଲି କହିଥିଲେ l ଶ୍ରୀଯୁକ୍ତ ବଦ୍ରି ନାରାୟଣ ପାତ୍ର ଏହିପରି ଅନେକ ସଚେତନତା କାର୍ଯ୍ୟକ୍ରମ କରି ଅଧିକ ରୁ ଅଧିକ ନିର୍ମାଣ ଶ୍ରମିକଙ୍କୁ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧିନରେ ପଞ୍ଜିକରଣ କରିବାକୁ ଉପସ୍ଥିତ ଜନତା ତଥା ଶ୍ରମିକ ଭାଇ ଭଉଣୀ ମାନଙ୍କୁ ଉପଦେଶ ଦେଇ ନିର୍ମାଣ ଶ୍ରମିକଙ୍କ ପାଇଁ କଲ୍ୟାଣକାରୀ ଯୋଜନା ମଧ୍ୟରେ ଦୂର୍ଘଟଣାଜନିତ ସହାୟତା,ମୃତ୍ୟୁ କ୍ଷେତ୍ରରେ ସହାୟତା,ଅନ୍ତ୍ୟେଷ୍ଟିକ୍ରିୟା ସହାୟତା,ଶିକ୍ଷାବୃତ୍ତି ସହାୟତା,ଚିକିତ୍ସା ସହାୟତା,ବିବାହ ସହାୟତା,ଶିକ୍ଷାବୃତ୍ତି ସହାୟତା,ପ୍ରସୂତିକାଳୀନ ସହାୟତା ଆଦି ରହିଥିବାବେଳେ ସେମାନେ ଏହାର ସୁଯୋଗ ନେବାକୁ ଆହ୍ୱାନ ଦେଇଥିଲେl ଜିଲ୍ଲା ଶ୍ରମ ଅଧିକାରୀ ସୂର୍ଯ୍ୟନାରାୟଣ ମାଳୀ ପ୍ରାରମ୍ଭ ରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର କଲ୍ୟାଣ ଯୋଜନା ଗୁଡିକ ର ସମ୍ପୂର୍ଣ୍ଣ ବିବରଣୀ ଦେବା ସହ ଅଣସଂଗଠିତ ତଥା ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜାନାରେ ମିଳୁଥିବା ସେବାଗୁଡିକ ଏବେ ଅନ ଲା ଇନରେ ପାଇପାରିବେ ଏବଂ ନିଜ ନିଜ ଘରପାଖରେ ଥିବା ଜନ ସେବା କେନ୍ଦ୍ର ବା ସହଜ ସେବା କେନ୍ଦ୍ର ରେ ପାଇ ପାରିବେ ବୋଲି କହିଥିଲେ । ଚମ୍ପୁଆ ସହକାରୀ ଶ୍ରମ ଅଧିକାରୀ ବୃନ୍ଦାବନ ଜୁଆଙ୍ଗ ସଭା କାର୍ଯ୍ୟ ପରିଚାଳନା କରଥିବାବେଳେ କଲ୍ୟାଣ ସଂଯୋଜିକା ସୁଶ୍ରୀ ରଶ୍ମିତା ଓଝା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅତିଥିମାନେ ନିର୍ମାଣ ଶ୍ରମିକମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ରାଶି ପ୍ରଦାନ କରିଥିଲେ । ୪୨ ଜଣଙ୍କୁ ଶିକ୍ଷା ସହାୟତା ବାବଦରେ ୪ଲକ୍ଷ ୯୮ ହଜାର ୮୦୦ ଟଙ୍କା,ବିବାହ ସହାୟତା ୧୩୨ ଜଣ ହିତାଧିକାରୀଙ୍କୁ ୬୫ ଲକ୍ଷ ୨୫ ହଜାର ଟଙ୍କା,ପ୍ରସୂତି କାଳୀନ ସହାୟତା ବାବଦରେ ୩ ଜଣ ହିତାଧିକାରୀଙ୍କୁ ୩୦ ହଜାର ଟଙ୍କା,ମୃତ୍ୟୁକାଳୀନ ସହାୟତା ରାଶି ୪୦ ଜଣଙ୍କୁ ୭୮ ଲକ୍ଷ ଟଙ୍କା, ୩୭ ଜଣ ଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା ସହାୟତା ବାବଦରେ ୦୧ ଲକ୍ଷ ୮୫ହଜାର ଟଙ୍କା ସହାୟତା ରାଶି ବଂଟନ କରାଯାଇଛି । ମୋଟ ୨୫୪ ଜଣଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୦୧ କୋଟି ୫୦ଲକ୍ଷ ୩୮ହଜାର ୮୦୦ ଟଙ୍କା ବଂଟନ କରାଯାଇଛି । ୨୦୦ ନିର୍ମାଣ ଶ୍ରମିକ ଙ୍କୁ ପରିଚୟ ପତ୍ର ମଧ୍ୟ ବଣ୍ଟନ କଯାଇଥିଲା । ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ନିର୍ମାଣ ଶ୍ରମିକ ଯୋଗ ଦେଇଥିଲେ । କେନ୍ଦୁଝର ଶ୍ରମ କାର୍ଯ୍ୟାଳୟର ମଙ୍ଗଳ ସହାୟକ ଓଁକାର ପ୍ରସାଦ ଦାସ,କନିଷ୍ଠ ସହାୟକ ସୁଧାକର ବାରିକ, ଜିତେନ୍ଦ୍ର ବେହୁରା, ଚନ୍ଦ୍ରକାନ୍ତ ତ୍ରିପାଠୀ, ବର୍ଷା ଦାଶ ଙ୍କ ସମେତ ଶ୍ରମ ବିଭାଗର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।
September 20, 2023
0 Comment
236 Views
ଅଣସଂଗଠିତ ଶ୍ରମିକ ତଥା ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ବଣ୍ଟନ ଶିବିର
କେନ୍ଦୁଝର, କେନ୍ଦୁଝର ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ମିଳିତ ଆନୁକୂଲ୍ୟରେ ଘସିପୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଘଟଗାଁ ବ୍ଲକ ସ୍ଥିତ ମା ତାରିଣୀ କଲ୍ୟାଣ ମଣ୍ଡପରେ ନିର୍ମାଣ ଶ୍ରମିକଙ୍କୁ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ସହାୟତା ରାଶି ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ଊତ୍ସବରେ ଜିଲ୍ଲା ଶ୍ରମ ଅଧିକାରୀ ସୂର୍ଯ୍ୟନାରାୟଣ ମାଳୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ଘସିପୁରା ତଥା ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ... Read More