କେନ୍ଦୁଝର, ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଏକ ଜଙ୍ଗଲରେ ଆଜି ପୋଲିସ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି । ନକ୍ସଲଙ୍କ ଗୁଳିରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ଶହୀଦ ହୋଇଯାଇଛନ୍ତି । ଶହୀଦ ଯବାନଙ୍କ ନାମ ସୁଶାନ୍ତ କୁମାର ଖୁଣ୍ଟିଆ ଓ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ । ନକ୍ସଲଙ୍କ ସହ ଗୁଳି ବିନିମୟ ସମୟରେ ଯବାନଙ୍କ ଛାତିରେ ଗୁଳି ବାଜିଥିଲା । ତାଙ୍କୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଏଥିରେ ଆଉ ଜଣେ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଏନେଇ ପଶ୍ଚିମ ସିଂହଭୂମି ଏସ୍ପି ଆଶୁତୋଷ ଶେଖର ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ, ସିଂହଭୂମି ଜିଲ୍ଲା ଟୋଣ୍ଟୋ ଥାନା ଅନ୍ତର୍ଗତ ଜଙ୍ଗଲରେ ଆଜି ସକାଳେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଭାକପା ମାଓବାଦୀ ସଂଗଠନର ସେଣ୍ଟ୍ରାଲ କମିଟି ତଥା କୋଟିଏ ଟଙ୍କା ପୁରସ୍କାର ରାଶି ଥିବା ମିସିର ବେସରା ଦସ୍ତେ ସହ ଗୁଳି ବିନିମୟ ହୋଇଥିଲା । ଦୁଇ ପକ୍ଷରୁ ଅନେକ ରାଉଣ୍ଡ ଫାୟାରିଂ ହୋଇଥିଲା । ଏହି ଏନକାଉଣ୍ଟରରେ ସିଆରପିଏଫ ୬୦ ବାଟାଲିୟନର ହେଡ୍ କେନେଷ୍ଟବଳ ମୁନ୍ନା କୁମାର ଓ ସୁଶାନ୍ତ କୁମାର ଗୁରୁତର ଆହତ ହୋଇଥିଲେ । ସୁଶାନ୍ତ କୁମାରଙ୍କ ଛାତିରେ ଗୁଳି ବାଜିଥିବା ବେଳେ ଅନ୍ୟ ଯବାନଙ୍କ ଗୋଡରେ ବାଜିଥିଲା । ଦୁହିଁଙ୍କୁ ସଙ୍ଗେ ସଙ୍ଗେ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଥିଲା । ଉଭୟଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସୁଶାନ୍ତ କୁମାର ଶହୀଦ ହୋଇଯାଇଛନ୍ତି । ତାଙ୍କର ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ ଏବଂ ବାପାଙ୍କ ନାମ ଅତୁଳ ଖୁଣ୍ଟିଆ ।
August 11, 2023
0 Comment
197 Views
ଝାଡ଼ଖଣ୍ଡରେ ପୋଲିସ ଓ ନକ୍ସଲ ମଧ୍ୟରେ ଏନକାଉଣ୍ଟର: ଓଡ଼ିଆ ଯବାନ ଶହୀଦ
କେନ୍ଦୁଝର, ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ଏକ ଜଙ୍ଗଲରେ ଆଜି ପୋଲିସ ଓ ନକ୍ସଲ ମୁହାଁମୁହିଁ ହୋଇଛନ୍ତି । ନକ୍ସଲଙ୍କ ଗୁଳିରେ ଜଣେ ଓଡ଼ିଆ ସିଆରପିଏଫ ଯବାନ ଶହୀଦ ହୋଇଯାଇଛନ୍ତି । ଶହୀଦ ଯବାନଙ୍କ ନାମ ସୁଶାନ୍ତ କୁମାର ଖୁଣ୍ଟିଆ ଓ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ । ନକ୍ସଲଙ୍କ ସହ ଗୁଳି ବିନିମୟ ସମୟରେ ଯବାନଙ୍କ ଛାତିରେ ଗୁଳି ବାଜିଥିଲା । ତାଙ୍କୁ ରାଞ୍ଚିକୁ ଏୟାରଲିଫ୍ଟ କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।... Read More