,୨୬ା୪(ନି.ପ୍ର)ଭାରତୀୟ ମଜଦୁର ସଂଘ ପକ୍ଷରୁ ଆଜି ୪ ଦଫା ଦାବି ନେଇ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।ଏଥିସହ ଭାରତୀୟ ମଜଦୁର ସଂଘ ଦ୍ବାରା ସାରା ଦେଶରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏହି ଦାବିପତ୍ର ଦିଆଯାଇଛି।ସଂଘ ର ଅଭିଯୋଗ ଅନୁସାରେ’ ଆମ ଦେଶର ପ୍ରାୟ ୫୦(କୋଟି) ଶ୍ରମିକ ରହିଛନ୍ତି।ତେବେ ସେମାନଙ୍କର ଆର୍ଥିକ ସ୍ଥିତି,ସାମାଜିକ ଓ ସ୍ବାସ୍ଥ୍ୟଗତ ସମସ୍ୟାର ବିକାଶ ହୋଇପାରି ନାହିଁ।ଏପରିକି ସର୍ବ ନିମ୍ନ ମଜୁରି ପାଇଁ ଶ୍ରମିକ ମାନଙ୍କୁ ସଂଘର୍ଷ କରିବାକୁ ପଡୁଛି।ଏଥିପାଇଁ ଭାରତୀୟ ମଜଦୁର ସଂଘର ୨୦ ତମ ରାଷ୍ଟ୍ରୀୟ ଅଧ୍ ବେଶନରେ ୪ ଟି ଦାବୀକୁ ପାରୀତ କରି ଉକ୍ତ ଦାବୀକୁ କାର୍ଯ୍ୟ କରି କରିବାକୁ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଧେଶରେ ଜିଲ୍ଲା ପାଳଙ୍କ ଜରିଆରେ ଜଣାଇଛି।ଦାବି ଗୁଡିକ ମଧ୍ୟରେ ଶ୍ରମିକଙ୍କ ସର୍ବ ନିମ୍ନ ମଜୁରି ବଦଳରେ ଜୀବିକା ମଜୁରି ପ୍ରଦାନ,ସମସ୍ତଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ,ଶ୍ରମିକଙ୍କ ଆର୍ଥିକ ବିକାଶ ପାଇଁ ରାଷ୍ଟ୍ରୀୟ ଶ୍ରମନୀତି ପ୍ରଣୟନ ଏବଂ ଠିକା ପ୍ରଥା ଉଚ୍ଛେଦ ଓ ନିୟନ୍ତ୍ରଣ ଆଇନରେ ଆବଶ୍ୟକ ସଂଶୋଧନ ଆଣିବା ପାଇଁ ଅନ୍ତର୍ଭୁକ୍ତ ବୋଲି ସଂଘର ରାଜ୍ୟ ସମ୍ପାଦକ ଶ୍ରୀ ଡାକ୍ତର ମହାନ୍ତ କହିଛନ୍ତି ଏବଂ ଆମ କେନ୍ଦୁଝର ଜିଲ୍ଲାର ଖଣି ଖାଦାନ ଓ କଳ କାରଖାନା ମାନଙ୍କରେ ଯୋଗ୍ୟତା ଅନୁଯାୟୀ ସ୍ଥାନୀୟ ନିଯୁକ୍ତି ସ୍ବାଧୀନତାର ୭୫ ବର୍ଷ ବିତିଜିବା ପରେ ମଧ୍ୟ ହୋଇ ପାରୁନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ।ତେବେ ଆଜିକାର କାର୍ଯ୍ୟକ୍ରମରେ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କର ଆସୋସିଏସନ,ଓଡିଶା ରାଜ୍ୟ ଆଶା କର୍ମୀ ସଂଘ,ଓଡିଶା ରାଜ୍ୟ ଉଜ୍ଜଳା ଦିଦି ସଂଘ, କେନ୍ଦୁଝର ଟ୍ରକ ଚାଳକ ସଂଘ,ଓଡିଶା ସିକ୍ୟୁରୀଟି ଏଣ୍ଡ ଏମ୍ପ୍ଲାୟୀ ଆସୋସିଏସନ,କେ.ଜେ.ଏସ ଆଲୁୱାଲିଆ ଶ୍ରମିକ ସଂଘ,ଶିରାଜୁଦ୍ଧିନ ମାଇନ୍ସ ମଜଦୁର ସଂଘ, ବିଚାକୁଣ୍ଡି ମାଇନ୍ସ ମଜଦୁର ସଂଘ,ବଲାଣି ମାଇନ୍ସ ମଜଦୁର ସଂଘ,ବଲାଣି ଠିକା ମଜଦୁର ସଂଘ, ଓ.ଏମ.ଡି.ସି କର୍ମଚାରି ସଂଘ,ଏମ.ଏସ.ପି ସ୍ପଞ୍ଜ ଆଇରନ ସଂଘ, ଅରିଅନ ଇସ୍ପାତ କର୍ମ ଚାରି ସଂଘ,ଦୈତାରୀ ମାଇନ୍ସ ମଜଦୁର ସଂଘ,ଗନ୍ଧମାର୍ଦ୍ଦନ ମାଇନ୍ସ ମଜଦୁର ସଂଘ,କେନ୍ଦୁଝର ଜିଲ୍ଲା ମୁନିସିପାଲିଟି ଏବଂ ଏନ.ଏ.ସି କର୍ମ ଚାରି ସଂଘ,କେନ୍ଦୁଝର ଜିଲ୍ଲା ଅଟୋ ଚାଳକ ସଂଘ,ଓ ଏଲ.ଏମ.ଆରସି.ଆରପି କର୍ମ ଚାରି ସଂଘ,ବ୍ରାଣ୍ଡ ଷ୍ଟିଲ ଏଣ୍ଡ ପାୱାର ମଜଦୁର ସଂଘ,ଓଡିଶା ରାଜ୍ୟ ପାଚିକା ସଂଘ,ମାତାରିଣୀ ଟୋଲ ପ୍ଲାଜ ଏଣ୍ଡ ୱାର୍କର ସଂଘ,କଣ୍ଡରା, ମାରଙ୍ଗାପାଟ ଖୀରେଇରଙ୍ଗିରି ଟୋଲ ପ୍ଲାଜା ୱାର୍କର ୟୁନିୟନ ଜରିବାର ମାଙ୍ଗାନିଜ ମାଇନ୍ସ ମଜଦୁର ସଂଘର ସଦସ୍ୟ ସଦସ୍ୟା ଥିବା ସହିତ ରାଜ୍ୟ ଓ ଜିଲ୍ଲାର ସମସ୍ତ ପଦାଧିକାରୀ ରାଜ୍ୟ ସମ୍ପାଦକ ଡାକ୍ତର ମହାନ୍ତ,ଜିଲ୍ଲା ସମ୍ପାଦକ ବାବୁଲାଲ ମହାନ୍ତ,ଜିଲ୍ଲା ସଭାପତି କାମପାଳ ନାୟକ,ସହ ସମ୍ପାଦକ ଚନ୍ଦନ ବଇପାଇ,ଉପ ସଭା ନେତ୍ରୀ ବୀଣାପାଣି ବେହେରା, ମିଡିଆ ପ୍ରଭାରି ଅର୍ଜୁନ ବେହେରା,ମୁଖ୍ୟ ବକ୍ତା ଆଇନଜୀବୀ ବିରଜା ମିଶ୍ର,ଭରଷା ପରିବାର ସଭାପତି ଓ ଯୁବ ସଂଗଠକ ଲୋମ୍ବଦର ମହାନ୍ତ,ରାଜ୍ୟ ଆଶା କର୍ମୀ ସମ୍ପାଦିକା ଧରିତ୍ରୀ ବାରିକ,ଅଙ୍ଗନୱାଡି ରାଜ୍ୟ ଉପ ସଭାନେତ୍ରୀ ଶୁଷମାରାଣୀ ମହାପାତ୍ର,ରାଜ୍ୟ ଆଶା କର୍ମୀ ଜିଲ୍ଲା ସମ୍ପାଦିକା ବିଶାଖା ମହାନ୍ତ ଓ ଜିଲ୍ଲା ସଭା ନେତ୍ରୀ ପ୍ରମିଳା ମହାନ୍ତ ଏବଂ ଦୀପିକା ମହାରଣା,ଗାୟତ୍ରୀ ଜେନା, ସୋମ୍ୟରଞ୍ଜନ ବେହେରା, ବିଶ୍ବଭୂଷଣ ବେହେରା, ସ୍ମୃତି ରଞ୍ଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।
April 26, 2023
0 Comment
208 Views
ଭାରତୀୟ ମଜଦୁର ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ଙ୍କୁ ୪ଦଫାଦାବିପତ୍ର •ଜିଲ୍ଲାପାଳ ଙ୍କ ଜରିଆରେ ପ୍ରତିବାଦ ଜଣାଇଲେ କେନ୍ଦୁଝର
by Editor 02
,୨୬ା୪(ନି.ପ୍ର)ଭାରତୀୟ ମଜଦୁର ସଂଘ ପକ୍ଷରୁ ଆଜି ୪ ଦଫା ଦାବି ନେଇ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି।ଏଥିସହ ଭାରତୀୟ ମଜଦୁର ସଂଘ ଦ୍ବାରା ସାରା ଦେଶରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏହି ଦାବିପତ୍ର ଦିଆଯାଇଛି।ସଂଘ ର ଅଭିଯୋଗ ଅନୁସାରେ’ ଆମ ଦେଶର ପ୍ରାୟ ୫୦(କୋଟି) ଶ୍ରମିକ ରହିଛନ୍ତି।ତେବେ ସେମାନଙ୍କର ଆର୍ଥିକ ସ୍ଥିତି,ସାମାଜିକ ଓ ସ୍ବାସ୍ଥ୍ୟଗତ ସମସ୍ୟାର ବିକାଶ ହୋଇପାରି ନାହିଁ।ଏପରିକି ସର୍ବ ନିମ୍ନ ମଜୁରି ପାଇଁ ଶ୍ରମିକ ମାନଙ୍କୁ... Read More