କେନ୍ଦୁଝର, ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢିଚାଲିଛି। ଆମିଷ ହେଉ ବା ନିରାମିଷ ସବୁ ବ୍ୟଞ୍ଜନରେ ଆବଶ୍ୟକ ହୁଏ ଅଦା । ବର୍ତ୍ତମାନ କେନ୍ଦୁଝର ବଜାରରେ ଅଦା ଦର କିଲୋ ପ୍ରତି ୩ଶହରୁ ୩୫୦ ଟଙ୍କାରେ ବିକ୍ରି ହେଉଛି। ଦର ବୃଦ୍ଧି ଯୋଗୁ ଲୋକମାନେ ଅଦା ବ୍ୟବହାର କମେଇ ଦେଇଥିବା ଦେଖିବାକୁ ମିଳୁଛି। ବାହାର ରାଜ୍ୟରେ ଉତ୍ପାଦନ ହ୍ରାସ ଯୋଗୁ ଏଭଳି ପରିସ୍ଥିତି ଉପୁଜିଥିବା ବ୍ୟବସାୟୀ କହୁଛନ୍ତି। ସେପଟେ ପାଖାପାଖି ୧୦ଦିନ ପୂର୍ବରୁ ବିଲାତି କିଲୋ ପ୍ରତି ୪୦ଟଙ୍କା ଥିଲା ବେଳେ ଆଜି ୮୦ଟଙ୍କା ରେ ପହଂଚିଛି । ଏଭଳି ଅହେତୁକ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି ବା ସାଧାରଣ ଲୋକ ।
June 26, 2023
0 Comment
511 Views
ରୋଷେଇ ଘରେ ମହଙ୍ଗା ମାଡ, ଅଦା ଦର ହେଉଛି ଆକାଶ ଛୁଆଁ
କେନ୍ଦୁଝର, ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତିରେ ପ୍ରମୁଖ ମସଲା ଭାବେ ବ୍ୟବହାର କରାଯାଉଥିବା ଅଦାର ବଜାର ଦର ହୁ ହୁ ହୋଇ ବଢିଚାଲିଛି। ଆମିଷ ହେଉ ବା ନିରାମିଷ ସବୁ ବ୍ୟଞ୍ଜନରେ ଆବଶ୍ୟକ ହୁଏ ଅଦା । ବର୍ତ୍ତମାନ କେନ୍ଦୁଝର ବଜାରରେ ଅଦା ଦର କିଲୋ ପ୍ରତି ୩ଶହରୁ ୩୫୦ ଟଙ୍କାରେ ବିକ୍ରି ହେଉଛି। ଦର ବୃଦ୍ଧି ଯୋଗୁ ଲୋକମାନେ ଅଦା ବ୍ୟବହାର କମେଇ ଦେଇଥିବା ଦେଖିବାକୁ ମିଳୁଛି। ବାହାର ରାଜ୍ୟରେ ଉତ୍ପାଦନ ହ୍ରାସ ଯୋଗୁ ଏଭଳି... Read More