କେନ୍ଦୁଝର, ଏନ୍.ଏସ୍.ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ବିଦ୍ୟାଳୟସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ପ୍ରଦର୍ଶନୀରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଇନ୍ଦ୍ରମଣି ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀଗଣ ବିଜ୍ଞାନମନସ୍କ ହୋଇ ନୂତନ ଜ୍ଞାନ କୌଶଳ ଅନୁସନ୍ଧିତ୍ସୁ ହେବାକୁ ଆହ୍ବାନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସଞ୍ଜୟ କୁମାର ସାମଲ ଯୋଗ ଦେଇ ବିଦ୍ୟାଳୟ ସ୍ତରରେ ବିଜ୍ଞାନ ମେଳାର ଆୟୋଜନ ଛାତ୍ର ଛାତ୍ରୀଙ୍କ ପାଇଁ ବହୁତ ଉପାଦେୟ ବୋଲି କହିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ବିଜ୍ଞାନ ଶିକ୍ଷୟିତ୍ରୀ ମଧୁସ୍ମିତା ଚକ୍ର ବିଭିନ୍ନ ବୈଜ୍ଞାନିକଙ୍କ ଉଦାହରଣ ଦେଇ ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ରଖିବା ସହିତ ଛାତ୍ର ଛାତ୍ରୀଙ୍କୁ ଭବିଷ୍ୟତରେ ବିଜ୍ଞାନ ଗବେଷଣାରେ ଜଡ଼ିତ ହେବାକୁ ଉତ୍ସାହିତ କରିଥିଲେ। ଏହି ପ୍ରଦର୍ଶନୀରେ ସର୍ବମୋଟ ୬୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା।ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ମଧୁସ୍ମିତା ଚକ୍ର,ସାଗରିକା ସାହୁ ଏବଂ ବିଜ୍ଞାନ ଶିକ୍ଷକ ବିବେକାନନ୍ଦ ରାଉତ ବିଚାରକ ଭାବେ କୃତୀ ପ୍ରତିଯୋଗୀ ଚୟନ କରିଥିଲେ। ଏହି ପ୍ରଦର୍ଶନୀରେ ଶିଭମ୍ ମହାକୁଡ଼ ପ୍ରଥମ,ଶୁଭଙ୍କର ମହାନ୍ତି ଦ୍ଵିତୀୟ,ପ୍ରଭାତ କୁମାର ନାଏକ ତୃତୀୟ ସ୍ଥାନ ଅଧିକାର କରି ବ୍ଲକ୍ ସ୍ତରୀୟ ପ୍ରଦର୍ଶନୀକୁ ମନୋନୀତ ହୋଇଛନ୍ତି।ବିଦ୍ୟାଳୟର ଶିକ୍ଷକ ଗୁରୁଦେବ ମହାନ୍ତ,କମଳ ଲୋଚନ ପ୍ରଧାନ,ବିଜୟ କୁମାର ବେହେରା,ପ୍ରଦୀପ୍ତ ଦେହୁରୀ,ତନ୍ମୟ ରାଉତ,ଶିକ୍ଷୟିତ୍ରୀ ମମତାରାଣୀ ମହାନ୍ତ,ଯାତ୍ରୀ ମହାନ୍ତଙ୍କ ସମେତ ସମସ୍ତ ଶିକ୍ଷା କର୍ମଚାରୀ ଉପସ୍ଥିତ ରହି ଏହି ପ୍ରଦର୍ଶନୀ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।
October 12, 2023
0 Comment
184 Views
ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ
କେନ୍ଦୁଝର, ଏନ୍.ଏସ୍.ପୋଲିସ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁରୁବାର ବିଦ୍ୟାଳୟସ୍ତରୀୟ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଯାଇଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସନ୍ତୋଷିନୀ ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ପ୍ରଦର୍ଶନୀରେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଇନ୍ଦ୍ରମଣି ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀଗଣ ବିଜ୍ଞାନମନସ୍କ ହୋଇ ନୂତନ ଜ୍ଞାନ କୌଶଳ ଅନୁସନ୍ଧିତ୍ସୁ ହେବାକୁ ଆହ୍ବାନ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ସଞ୍ଜୟ କୁମାର ସାମଲ ଯୋଗ ଦେଇ ବିଦ୍ୟାଳୟ ସ୍ତରରେ... Read More