କେନ୍ଦୁଝର, ସ୍ଥାନୀୟ କଲେଜରୋଡ଼ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ କେନ୍ଦୁଝର ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସଂକୁଳ ଅନ୍ତର୍ଗତ ୧୦ ଟି ବିଦ୍ୟାଳୟରୁ ମୋଟ ୨୪୧ ଜଣ ପ୍ରତିଭାଗୀ ଯୋଗ ଦେଇଥିଲେ । ଉକ୍ତ ମେଳାରେ ମୁଖ୍ୟଅତିଥି ଭାବେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପକ ଡ଼ଃ ବନବିହାରୀ ମିଶ୍ର ଯୋଗ ଦେଇ କୁନି ଶିଶୁଙ୍କୁ ବିଜ୍ଞାନ ମନସ୍କ ହେବାକୁ ନିଜ ବକ୍ତବ୍ୟରେ କହିଥିଲେ । ପରିଚାଳନା ସମିତିର ସଭାପତି ଡ଼ଃ ଅନିଲ କୁମାର ଦାସ, ସମ୍ପାଦକ ଭାଗିରଥି ଗିରି, ସଂକୁଳ ସଂଯୋଜକ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ଯୋଗ ଦେଇ ଶିଶୁଙ୍କୁ ବୈଜ୍ଞାନିକ ହେବା ପାଇଁ ପ୍ରବାର୍ତ୍ତାଇ ଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଦୁଃଶାସନ ମହାନ୍ତ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । ବିଚାରକ ଭାବରେ ବୈଲୋଚନ ମହାନ୍ତ, ହରିଶ୍ଚନ୍ଦ୍ର ମହାନ୍ତ, ସଂଗ୍ରାମ କେଶରୀ ନାୟକ, ହରେକୃଷ୍ଣ ପଣ୍ଡା, ସୌଭାଗ୍ୟ ଦାସ, ବିଜ୍ଞାନ ନାଥ ବେହେରା, ରଂଜିତ ମହାନ୍ତ, ହୃଦାନନ୍ଦ ମହାନ୍ତ, ଭରତ ଚନ୍ଦ୍ର ମହାନ୍ତ, ହିମାଂଶୁ ଶେଖର ବାରିକ, ଶୁଭଦୀପ୍ତ ଭୋଇ, ଦେଶିକ ନାୟକ, ମୋହିତ ସାହୁ ବିଭିନ୍ନ ପ୍ରକଳ୍ପଗୁଡିକୁ ମୂଲ୍ୟାୟନ କରିଥିଲେ… ବିଜ୍ଞାନ ପ୍ରକଳ୍ପରେ ଶିଶୁ ବର୍ଗରୁ ୩୭ଟି, ବାଲବର୍ଗରୁ ୮ ଟି, କିଶୋର ବର୍ଗରୁ ୨ ଟି ପ୍ରକଳ୍ପ ଆସିଥିବା ବେଳେ ପ୍ରଶ୍ନମଞ୍ଚରେ ୧୨୬ ଜଣ ପ୍ରତିଭାଗୀ, ପତ୍ରବାଚନ, ପ୍ରୟୋଗ, ନିବନ୍ଧ, ଗଳ୍ପକଥନରେ ମୋଟ ୨୧ ଜଣ ପ୍ରତିଭାଗୀ ଯୋଗ ଦେଇଥିଲେ । ଉଦଯାପନୀ ଉତ୍ସବରେ ମୃତ୍ୟୁଞ୍ଜଇ ଓଝା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମୁଖ୍ୟଅତିଥି ଭାବରେ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ପ୍ରତ୍ୟେକ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଭାଗୀ ଆସନ୍ତା ୧୮ ଓ ୧୯ ତାରିଖରେ ଚମ୍ପୁଆ ଠାରେ ହେବାକୁ ଥିବା ବିଭାଗ ଜ୍ଞାନ ବିଜ୍ଞାନ ମେଳାରେ ଭାଗ ନେବେ । ବିଦ୍ୟାଳୟର ବିଜ୍ଞାନ ପ୍ରମୁଖ ବିଦ୍ୟାଧର ମହାନ୍ତ ସମେତ କଳ୍ପନା ସାହୁ, ସଂଯୁକ୍ତା ପ୍ରଧାନ, ସୁବାଷ ଭୂୟାଁ, ଜିତେନ୍ଦ୍ର ମହାନ୍ତ, କୁଳମଣି ମହାନ୍ତ, ଅମୁଲ୍ୟ ରାଉତ, ନିତ୍ୟାନନ୍ଦ ମହାନ୍ତ, ବୈଜୟନ୍ତୀ ମହାନ୍ତ, କାହ୍ନୁ ଚରଣ ମହାନ୍ତ, ସୁରେଶ କୁମାର ମହାନ୍ତ, ବରୁଣ ପ୍ରଧାନ, ବଳଭଦ୍ର ପ୍ରଧାନ, ଦିଲ୍ଲୀପ ପ୍ରଧାନ, ପ୍ରମିଳା ମହାନ୍ତ, ଦମୟନ୍ତୀ ମହାନ୍ତ ପରିଚାଳନା କରିଥିଲେ ।
August 12, 2023
0 Comment
328 Views
ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
କେନ୍ଦୁଝର, ସ୍ଥାନୀୟ କଲେଜରୋଡ଼ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ କେନ୍ଦୁଝର ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ସଂକୁଳ ଅନ୍ତର୍ଗତ ୧୦ ଟି ବିଦ୍ୟାଳୟରୁ ମୋଟ ୨୪୧ ଜଣ ପ୍ରତିଭାଗୀ ଯୋଗ ଦେଇଥିଲେ । ଉକ୍ତ ମେଳାରେ ମୁଖ୍ୟଅତିଥି ଭାବେ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ପ୍ରଧ୍ୟାପକ ଡ଼ଃ ବନବିହାରୀ ମିଶ୍ର ଯୋଗ ଦେଇ କୁନି ଶିଶୁଙ୍କୁ ବିଜ୍ଞାନ ମନସ୍କ ହେବାକୁ ନିଜ ବକ୍ତବ୍ୟରେ କହିଥିଲେ । ପରିଚାଳନା ସମିତିର ସଭାପତି... Read More