କେନ୍ଦୁଝର, ଶ୍ରୀ ମନ୍ଦିରର ଚାରି ଦୁଆର ସମସ୍ତଙ୍କ ପାଇଁ ଖୋଲିବା ଏବଂ ରତ୍ନଭଣ୍ଡାର ଖୋଲି ଗଣତି କରିବା ଓ ମରାମତି ସହ ଗୋ ମାଂସ ଭାଖ୍ୟଣଙ୍କାରୀ କୁ ଶ୍ରୀ ମନ୍ଦିର ରେ ପ୍ରବେଶ କରିବାକୁ ବିରୋଧ ପରି ବିଭିନ୍ନ ଦାବି ନେଇ ଆଜି ଶ୍ରୀ ଜଗନ୍ନାଥ ସେନା ପୁରୀ ପକ୍ଷରୁ କେନ୍ଦୁଝର ର ଶ୍ରୀ ବଳଦେବଜୀଉ ମନ୍ଦିର ସମ୍ମୁଖରେ ଏକ ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଛି। ଜଗନ୍ନାଥ ସେନା ଆବାହକ ଙ୍କ କହିବା କଥା ମନ୍ଦିର ତିଆରି ସମୟ ରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ କୁ ଆଖି ଆଗରେ ରଖି ରାଜା ଚାରି ଦୁଆର କରିଥିଲେ। କିନ୍ତୁ ସରକାର ଏହାକୁ ବୁଝି ନପାରି ବାରମ୍ବାର ପ୍ରତିଶୁତି ଦେଇ ମଧ୍ୟ ଖୋଲୁ ନାହାନ୍ତି। ସରକାର ସତେ ଯେପରି ଜଗନ୍ନାଥ ମହାପ୍ରଭୁଙ୍କ ଉପରେ କାରଣ ୩୧ଡ଼ିସେମ୍ବର ରାତି ରେ ମହାପ୍ରଭୁଙ୍କୁ ରାତି ଅନିଦ୍ରା ପ୍ରସ୍ତାବ କୁ ସେନା ପକ୍ଷରୁ ବିରୋଧ କରାଯାଇଛି। ଜଗନ୍ନାଥ ସଂସ୍କୃତି ସହ ଘନିଷ୍ଠ ସମ୍ପର୍କ ଥିବା କେନ୍ଦୁଝର ମାଟି ରେ ଜଗନ୍ନାଥ ସେନା ପକ୍ଷରୁ ସରକାରଙ୍କୁ ଚେତେଇ ଦେବା ପାଇଁ ଭକ୍ତ ଜାଗରଣ ଯାତ୍ରା ଆରମ୍ଭ କରିଛି। ଏଥି ସହ ସରକାରଙ୍କୁ ନିବେଦନ କରିଛନ୍ତି ଯଥା ଶୀଘ୍ର ତାଙ୍କ ଦାବି ପୂରଣ କରାଯାଉ ନହେଲେ ଆଗାମୀ ଦିନ ରେ ସେନା ପକ୍ଷରୁ ଏହି ଆନ୍ଦୋଳନ କୁ ଆହୁରି ତୀବ୍ରତର କରାଯିବ।
December 30, 2023
0 Comment
170 Views
ଶ୍ରୀ ଜଗନ୍ନାଥ ସେନା ର କେନ୍ଦୁଝର ବଳଦେବଜୀଉ ମନ୍ଦିର ସମ୍ମୁଖ ରେ ଭକ୍ତ ଜାଗରଣ ଜନ ସମ୍ପର୍କ ଯାତ୍ରା
କେନ୍ଦୁଝର, ଶ୍ରୀ ମନ୍ଦିରର ଚାରି ଦୁଆର ସମସ୍ତଙ୍କ ପାଇଁ ଖୋଲିବା ଏବଂ ରତ୍ନଭଣ୍ଡାର ଖୋଲି ଗଣତି କରିବା ଓ ମରାମତି ସହ ଗୋ ମାଂସ ଭାଖ୍ୟଣଙ୍କାରୀ କୁ ଶ୍ରୀ ମନ୍ଦିର ରେ ପ୍ରବେଶ କରିବାକୁ ବିରୋଧ ପରି ବିଭିନ୍ନ ଦାବି ନେଇ ଆଜି ଶ୍ରୀ ଜଗନ୍ନାଥ ସେନା ପୁରୀ ପକ୍ଷରୁ କେନ୍ଦୁଝର ର ଶ୍ରୀ ବଳଦେବଜୀଉ ମନ୍ଦିର ସମ୍ମୁଖରେ ଏକ ଭକ୍ତ ଜାଗରଣ ଜନସମ୍ପର୍କ ଯାତ୍ରା ଅନୁଷ୍ଠିତ ହୋଇଛି। ଜଗନ୍ନାଥ ସେନା ଆବାହକ ଙ୍କ କହିବା କଥା... Read More