କେନ୍ଦୁଝର, ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ଗ୍ରାମ ପଞ୍ଚାୟତକୁ ମଦ ମୁକ୍ତ କରିବାକୁ ଏକତ୍ରିତ ହୋଇଛନ୍ତି ମହିଳାମାନେ । ସରକାରୀ ଲାଇସେନ୍ସ ପ୍ରାପ୍ତ ଏବଂ ଚୋରା ମଦ ବିକ୍ରିକୁ ବିରୋଧ କରିଛନ୍ତି ଏମାନେ । ଏହାଦ୍ବାରା ପରିବାରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳିଗୋଳ ଓ ମାରପିଟ୍ ହେବା ସହ ଅଶାନ୍ତି ସୃଷ୍ଟି ହେଉଛି। ପଞ୍ଚାୟତର ବରୁଡିପଶି ଗ୍ରାମରୁ ଆଜି ଶତାଧିକ ମହିଳା ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ମଦ ବିରୋଧୀ ସ୍ଲୋଗାନମାନ ଦେଇ ପଦ୍ମକେଶରପୁର, ପଦ୍ମପୁର,କୋଡଖମଣ, ଯମୁନାପଶି,ଗୋଡିପୋଖରୀ ଗ୍ରାମ ଆଦି ପରିକ୍ରମା କରି ଯମୁନାପଶି ଗ୍ରାମ ପଞ୍ଚାୟତରେ ପହଞ୍ଚିଥିଲେ। ପଞ୍ଚାୟତରେ ମଦ ବିକ୍ରି ବନ୍ଦ କରିବା ପାଇଁ ସରପଞ୍ଚ ଶ୍ରୀଯୁକ୍ତ ଶଶୀଭୂଷଣ ନାଏକ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଶୋଭାଯାତ୍ରା ଶେଷରେ ଏକ ସଭା ଯମୁନାପଶି ହାଟପଡିଆଠାରେ ଅନୁଷ୍ଠିତ ହୋଇଥିଲା। ସଭାରେ ଅଲ୍ ଇଣ୍ଡିଆ କିସାନ କ୍ଷେତ ମଜଦୂର ସଙ୍ଗଠନର ଦ୍ରୌପଦୀ ମହାନ୍ତ ଏବଂ ଅଲ୍ ଇଣ୍ଡିଆ କିସାନ କ୍ଷେତ ମଜଦୂର ସଙ୍ଗଠନର ପ୍ରକାଶ ମଲ୍ଲିକ ସେମାନଙ୍କ ବକ୍ତବ୍ୟରେ ମଦମାଦକ ଦ୍ରବ୍ୟର ସମ୍ପୁର୍ଣ୍ଣ ନିଷେଧ ପାଇଁ ଦୃଢ ଦାବି କରିଥିଲେ । ୱାର୍ଡ ମେମ୍ବର ତେଜସ୍ୱୀନି ନାଏକ, ଆରତୀ ନାଏକ, ସବିତା ମହାକୁଡ଼, ଲକ୍ଷ୍ମୀପ୍ରିୟା ନାଏକ, ହୀରାମଣି ନାଏକ, ମଞ୍ଜୁଲତା ମହାନ୍ତଙ୍କ ନେତୃତ୍ୱରେ ଶୋଭାଯାତ୍ରା ହୋଇଥିଲା। ଭୁବନାନନ୍ଦ ସର୍ଦ୍ଦାର, କ୍ଷେତ୍ରବାସୀ ନାଏକ, ଲୋକନାଥ ପାତ୍ର ଆଦି ସହଯୋଗ କରିଥିଲେ। ମଦ ବିକ୍ରୀ ବନ୍ଦ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ ଅଞ୍ଚଳ ବାସୀ।
October 14, 2023
0 Comment
286 Views
ମଦ ବିକ୍ରି ବିରୋଧରେ ତାତିଲେ ମହିଳା
କେନ୍ଦୁଝର, ପାଟଣା ବ୍ଲକ ଅନ୍ତର୍ଗତ ଯମୁନାପଶି ଗ୍ରାମ ପଞ୍ଚାୟତକୁ ମଦ ମୁକ୍ତ କରିବାକୁ ଏକତ୍ରିତ ହୋଇଛନ୍ତି ମହିଳାମାନେ । ସରକାରୀ ଲାଇସେନ୍ସ ପ୍ରାପ୍ତ ଏବଂ ଚୋରା ମଦ ବିକ୍ରିକୁ ବିରୋଧ କରିଛନ୍ତି ଏମାନେ । ଏହାଦ୍ବାରା ପରିବାରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳିଗୋଳ ଓ ମାରପିଟ୍ ହେବା ସହ ଅଶାନ୍ତି ସୃଷ୍ଟି ହେଉଛି। ପଞ୍ଚାୟତର ବରୁଡିପଶି ଗ୍ରାମରୁ ଆଜି ଶତାଧିକ ମହିଳା ହାତରେ ପ୍ଲାକାର୍ଡ ଧରି ବିଭିନ୍ନ ମଦ ବିରୋଧୀ ସ୍ଲୋଗାନମାନ ଦେଇ ପଦ୍ମକେଶରପୁର, ପଦ୍ମପୁର,କୋଡଖମଣ, ଯମୁନାପଶି,ଗୋଡିପୋଖରୀ... Read More