କେନ୍ଦୁଝର, ବଂଶପାଳ ବ୍ଲକ୍ ଅନ୍ତର୍ଗତ କରଙ୍ଗାଢିହି ଗ୍ରାମ ପଞ୍ଚାୟତ ଅଧୀନ ଭୂୟାଁ ବୈତରଣୀ ଗ୍ରାମ ଠାରେ ଆଜି ପାଉଡି ଭୂୟାଁ ଜନଜାତି ଙ୍କ ଆବାସ ସ୍ଥଳୀ ଅଧିକାର ପାଇଁ ଆବଶ୍ୟକୀୟ କାଗଜ ପତ୍ର ପ୍ରସ୍ତୁତି ପାଇଁ ଆରସିଡ଼ିସି ଅନୁଷ୍ଠାନ ଦ୍ଵାରା ଏକ ଦିନିକିଆ ତାଲିମ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୂୟାଁ ଜନଜାତି ସମାଜ ର ସଭାପତି ପ୍ରଦୀପ କୁମାର ପ୍ରଧାନଙ୍କ ଆହ୍ବାନ କ୍ରମେ ବିଭିନ୍ନ ଗ୍ରାମ ଗୁଡିକରୁ ୬୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଯୋଗ ଦାନ କରି ଥିଲେ । କାର୍ଯକ୍ରମ ପରିଚାଳକ ଆନନ୍ଦ ସେଠୀ ବିସ୍ତୃତ ଭାବେ ବିଭିନ୍ନ ପ୍ରକାରର କାଗଜ ପ୍ରସ୍ତୁତି ପାଇଁ ତାଲିମ ପ୍ରଦାନ କରିଥିଲେ। ବାରିକ ସ୍ୱାଇଁ ,କିଶୋର କଟେଇ , ତମାଳ ପ୍ରଧାନ ଆଦି ନେତୃସ୍ଥାନୀୟ ଲୋକ ମାନେ ଆବାସ ସ୍ଥଳୀ ଅଧିକାର ପାଇଁ ଆରସିଡ଼ିସି ର ଉଦ୍ୟମ କୁ ସାଧୁବାଦ ଜଣାଇଥିଲେ। ତାଲିମ ଶେଷରେ ସ୍ଥାନୀୟ ବିଦ୍ୟାଳୟ ରେ ସଫେଇ କାର୍ଯକ୍ରମ କରାଯାଇ ଅନାବନା ଗଛ ଗୁଡ଼ିକୁ କାଟିବା ସହ ନିଜ ଗ୍ରାମ ଗୁଡିକରେ ନିୟମିତ ସଫେଇ କରି ସ୍ୱଚ୍ଛ ଭାରତ ଅଭିଯାନ କୁ ସଫଳ କରିବାକୁ ନିଷ୍ପତି ନେଇଥିଲେ।
October 1, 2023
0 Comment
180 Views
ଉପାନ୍ତ ଅଞ୍ଚଳ ରେ ଆବାସ ସ୍ଥଳୀ ଅଧିକାର ତାଲିମ ଓ ସଫେଇ କାର୍ଯକ୍ରମ
କେନ୍ଦୁଝର, ବଂଶପାଳ ବ୍ଲକ୍ ଅନ୍ତର୍ଗତ କରଙ୍ଗାଢିହି ଗ୍ରାମ ପଞ୍ଚାୟତ ଅଧୀନ ଭୂୟାଁ ବୈତରଣୀ ଗ୍ରାମ ଠାରେ ଆଜି ପାଉଡି ଭୂୟାଁ ଜନଜାତି ଙ୍କ ଆବାସ ସ୍ଥଳୀ ଅଧିକାର ପାଇଁ ଆବଶ୍ୟକୀୟ କାଗଜ ପତ୍ର ପ୍ରସ୍ତୁତି ପାଇଁ ଆରସିଡ଼ିସି ଅନୁଷ୍ଠାନ ଦ୍ଵାରା ଏକ ଦିନିକିଆ ତାଲିମ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଭୂୟାଁ ଜନଜାତି ସମାଜ ର ସଭାପତି ପ୍ରଦୀପ କୁମାର ପ୍ରଧାନଙ୍କ ଆହ୍ବାନ କ୍ରମେ ବିଭିନ୍ନ ଗ୍ରାମ ଗୁଡିକରୁ ୬୦ ରୁ ଉର୍ଦ୍ଧ ପୁରୁଷ ଓ ମହିଳା... Read More