ଆନନ୍ଦପୁର : କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ଛକ ନିକଟରେ ଟ୍ରକ ପଛ ପଟେ ପିଟିଲା ପିକ୍ନିକ୍ ବସ୍ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ଖବର ଅନୁଯାୟୀ, ବାଲେଶ୍ୱର ସୋର ଅଞ୍ଚଳର ଏକ ଟ୍ୟୁସନର ଛାତ୍ରଛାତ୍ରୀ ମିଳିତ ଭାବେ ଏକ ବସ୍ରେ ପିକ୍ନିକ୍ ଯାଇଥିଲେ । ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ମିଶାଇ ବସ୍ରେ ମୋଟ ୬୦ ଜଣ ଯାତ୍ରୀ ରହିଥିଲେ । ସମ୍ବଲପୁରରୁ ପିକ୍ନିକ୍ ସାରି ଏକ୍ ବସ୍ ଯୋଗେ ଫେରୁଥିଲେ ଛାତ୍ରଛାତ୍ରୀ । କେନ୍ଦୁଝର ୨୦ ନମ୍ବର ଜାତୀୟ ରାଜପଥ ଭାଲୁକୁମା ନିକଟରେ ପିକ୍ନିକ୍ ବସ୍ଟି ଭାରସାମ୍ୟ ହରାଇ ଏକ ଟ୍ରକ ପଛ ପଟୁ ପିଟିଥିଲା । ଯାହାଫଳରେ ଗାଡିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୨୦ ଜଣ ଆହତ ହୋଇଛନ୍ତି । ଏହାପରେ ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଛଡ଼ାଯାଇଥିବା ସୂଚନା ମିଳିଛି ।