କେନ୍ଦୁଝର: ୨ ଜଣ ଆନ୍ତରାଜ୍ୟ ଟ୍ରକ ଲୁଟେରାଙ୍କୁ ଗିରଫ କଲା କେନ୍ଦୁଝର ପୋଲିସ । କେନ୍ଦୁଝର ଟାଉନ ଅଞ୍ଚଳରୁ ଗତ ୭ ମାସ ମଧ୍ୟରେ ୬ଟି ଟ୍ରକ ଚୋରି କରିଥିବା ୨ ଜଣ ଲୁଟେରାଙ୍କୁ ଟାଉନ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଲୁଟେରାମାନେ ଟ୍ରକ ଗୁଡିକୁ ଓଡିଶାରୁ ଚୋରି କରିବା ପରେ ତାକୁ ଖଣ୍ଡ ଖଣ୍ଡ କରି କାଟି ବେଙ୍ଗଲ ତଥା ଝାରଖଣ୍ଡରେ ବିକ୍ରୟ କରୁଥିଲେ ବୋଲି ସୂଚନା ମିଳିଛି । ପୋଲିସ ସୂଚନା ଅନୁସାରେ ଟାଉନ ଥାନା ଅଞ୍ଚଳରୁ ଗତ ମାର୍ଚ୍ଚ ମାସରେ ଚୋରି ହୋଇଥିବା ଏକ ଟ୍ରକକୁ ନେଇ ଥାନା କେଶ ନମ୍ବର ୧୧୯/୨୦୨୩,୧୨୩/୨୦୨୩, ଜୁନ ମାସରେ ୨ଟ୍ରକ ଚୋରୀକୁ ନେଇ କେଶ ନମ୍ବର ୨୪୯/୨୦୨୩,୨୫୧/୨୦୨୩, ଜୁଲାଇ ମାସରେ ଦୁଇଟି ଟ୍ରକ ଚୋରିକୁ ନେଇ କେଶ ନମ୍ବର ୨୬୮/୨୦୨୩ ଏବଂ ୨୭୮/୨୦୨୩ ରେ ମାମଲା ରୁଜ୍ଜୁ କରି ଏସ ପି ଙ୍କ ନିର୍ଦ୍ଦେଶରେ ପୋଲିସର ଏକ ଟିମ ଗଠନ ହୋଇଥିଲା। ପୋଲିସ ଟିମ ପ୍ରଥମେ ୨୮/୭/୨୦୨୩ରେ ଝାରଖଣ୍ଡର ଖରସୁଆଁରେ ଚଢ଼ାଉକରି ଗୋଟିଏ ଟ୍ରକ ଜବତ କରିବା ସହିତ ପୋଲିସ ମହମ୍ମଦ ୱାସୀମକୁ ଗିରଫ କରିଥିଲେ। ତାକୁ ପଚରାଉଚରାବେଳେ ଟ୍ରକ ଚୋରିର କିଙ୍ଗପିନମାନଙ୍କର ନାମ କହିଥିଲା।ତଥ୍ୟକୁ ଭିତ୍ତିକରି ପୋଲିସ ଝାରଖଣ୍ଡ ସିଂହଭୂମ ମଝିଗାଁ ଥାନା ଖରପଶିର ସାର୍ଜୁଲ ହୋସେନ(୩୪), ମଝିଗାଁର ମୋଇଟୁଲ ସାଇ(ମୁନା, ୨୮ ବର୍ଷ)କୁ ଆଜି ପୋଲିସ ଗିରଫ କରିଛି। ସେମାନେ ଟ୍ରକ ଗୁଡିକୁ ଓଡିଶାରୁ ଚୋରି କରିବା ପରେ ତାକୁ ଖଣ୍ଡ ଖଣ୍ଡ କରି କାଟି ବାହାର ରାଜ୍ୟରେ ବିକ୍ରି କରୁଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି। ଲୁଟେରା ମାନଙ୍କ ନିକଟରୁ ପୋଲିସ ଜେ ଏଚ-୦୫ବିଏଫ-୦୭୩୫, ଗୋଟିଏ ଆପଲ ଫୋନ ସମେତ ଦୁଇଟି ମୋବାଇଲ ଏବଂ ଗୋଟିଏ ଚୋରି ଟ୍ରକକୁ ପୋଲିସ ଜବତ କରିଥିବା ଜଣା ପଡ଼ିଛି। ତେବେ ଉକ୍ତ ଟ୍ରକ ଚୋରି ମାମଲାରେ କେନ୍ଦୁଝର ଜିଲ୍ଲାର ଚମ୍ପୁଆ ଅଞ୍ଚଳରୁ ଆଉଜଣେ କିନପିନକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଅତିରିକ୍ତ ଏସ ପି ଦିଲ୍ଲୀପ କୁମାର ନାୟକ,ଟାଉନ ଥାନା ଅଧିକାରୀ ସୁନୀଲ କୁମାର କର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।
December 2, 2023
0 Comment
194 Views
କେନ୍ଦୁଝର ରେ ସିରିଜ ଟ୍ରକ ଚୋରି ଘଟଣା, ୨ ଜଣଙ୍କୁ ଗିରଫ କରିବାରେ ସଫଳ ହେଲା ଟାଉନ ପୋଲିସ
କେନ୍ଦୁଝର: ୨ ଜଣ ଆନ୍ତରାଜ୍ୟ ଟ୍ରକ ଲୁଟେରାଙ୍କୁ ଗିରଫ କଲା କେନ୍ଦୁଝର ପୋଲିସ । କେନ୍ଦୁଝର ଟାଉନ ଅଞ୍ଚଳରୁ ଗତ ୭ ମାସ ମଧ୍ୟରେ ୬ଟି ଟ୍ରକ ଚୋରି କରିଥିବା ୨ ଜଣ ଲୁଟେରାଙ୍କୁ ଟାଉନ ପୋଲିସ ଗିରଫ କରିବାରେ ସଫଳ ହୋଇଛି। ଲୁଟେରାମାନେ ଟ୍ରକ ଗୁଡିକୁ ଓଡିଶାରୁ ଚୋରି କରିବା ପରେ ତାକୁ ଖଣ୍ଡ ଖଣ୍ଡ କରି କାଟି ବେଙ୍ଗଲ ତଥା ଝାରଖଣ୍ଡରେ ବିକ୍ରୟ କରୁଥିଲେ ବୋଲି ସୂଚନା ମିଳିଛି । ପୋଲିସ ସୂଚନା ଅନୁସାରେ... Read More