
କେନ୍ଦୁଝର, ସଦର ବ୍ଳକ କବିତ୍ରା ମହାନ୍ତ ତୋଟା ସାହିରେ ନଳକୂପ ଅଚଳ ହୋଇଯାଇଥିବାରୁ ସଜାଡ଼ିବା ଦାବିରେ ମହିଳା ମାନେ ଆଜି ବ୍ଲକ କାର୍ଯ୍ୟାଳୟ ଆସି ଦାବି ଜଣାଇଛନ୍ତି। ହେମଲତା ମହାନ୍ତ, ସୂର୍ଯ୍ୟମଣି ମହାନ୍ତ, ସନ୍ଧ୍ୟାରାଣୀ ମହାନ୍ତ ସମେତ ବହୁ ମହିଳା ଦସ୍ତଖତ କରି ବିଡ଼ିଓ ଙ୍କୁ ଦାବି ଜଣାଇଛନ୍ତି। ଶ୍ରୀମତୀ ମହାନ୍ତ କହିଛନ୍ତି ଟିକେ ସ୍ୱଚ୍ଛ ପାଣି ପାଇଁ ପଡିଶା ଘରକୁ ନିର୍ଭର ହେବାକୁ ପଡୁଛି, ଲାଇନ ବିଲ ଉଠୁଛି ବୋଲି ଲୋକେ ପାଣି ଦେବାକୁ ମନା କରିଦେଉଛନ୍ତି ନଳକୂପ ଅଚଳ ଯୋଗୁଁ ବିଶେଷ କରି ପାଣି ପାଇଁ ମହିଳା ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲ୍ଳାପରିସଦ ସଦସ୍ୟ ଶ୍ରୀଯୁକ୍ତ ରଥ ମୁଣ୍ଡା ମଧ୍ୟ ପ୍ରଶାସନ ସହ କଥା ହୋଇ ଏହାର ସମାଧାନ ନିମନ୍ତେ ତତ୍ପର ହୋଇ ମହିଳା ମାନଙ୍କ ସମ୍ମୁଖରେ ବିଭାଗୀୟ ଅଧିକାରୀଙ୍କୁ ଫୋନ କରିଥିଲେ । ଏଣୁ ତୁରନ୍ତ ନଳକୂପ ସଜଡ଼ା ନ ଗଲେ ଆନ୍ଦୋଳନ କରାଯିବ ବୋଲି ପଂଚାୟତ ସମିତି ସଦସ୍ୟା କିରଣ ବାଳା ନାୟକ କହିଛନ୍ତି ।