କେନ୍ଦୁଝର, ସେପ୍ଟେମ୍ବର ୨୯, ୨୦୨୩ ଟାଟା ଷ୍ଟିଲ ଯୋଡା ପକ୍ଷରୁ ବିଶ୍ଵ ହୃଦୟ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ, ଟାଟା ଷ୍ଟିଲ ଯୋଡା ଡାକ୍ତରଖାନା ସହ ବିଚାକୁଣ୍ଡି, ଯୋଡା ଇଷ୍ଟ ଏବଂ ଖଣ୍ଡବନ୍ଧ ଖଣି ରେ କର୍ମଚାରୀ ମାନଙ୍କୁ ଡାକ୍ତର ମାନଙ୍କ ପକ୍ଷରୁ
ସ୍ୱାସ୍ଥ୍ୟ ତଥା ନିଜର ହୃଦୟ ପ୍ରତି ସଚେତନ ହେବା ର ବାର୍ତ୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତର ମାନେ ଯୋଗ ଦେଇ, ସୁଷମ ଓ ପୁଷ୍ଟିକର ଖାଦ୍ୟ ସହ ନିୟମିତ ବ୍ୟୟାମ କିପରି ଆମ ସମସ୍ତଙ୍କୁ ସ୍ୱାସ୍ଥ୍ୟବାନ ରଖିବା ସହ ଆମ ହୃଦୟ କୁ ମଧ୍ୟ ସଠିକ ଭାବରେ ରଖି ପାରିବ, ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଖାଦ୍ୟ ସହ ଉପଯୁକ୍ତ ନିଦ୍ରା ଯୋଗୁଁ ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ଏବଂ ହାଇପର୍ ଟେନସନ୍ ର ମାତ୍ରା କମ୍ ହୁଏ ଯାହାଦ୍ୱାରା ହୃଦୟ ମଧ୍ୟ ଠିକ ଭାବରେ କାର୍ଯ୍ୟ କରିଥାଏ । ଦୈନନ୍ଦିନ ଜୀବନଶୈଳୀ ରେ ଏହାର ନିତାନ୍ତ ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରାଯାଇଥିଲା । ତମ୍ବାଖୁ ତଥା ଅନ୍ୟାନ୍ୟ ନିଶା ଦ୍ରବ୍ୟ ଠାରୁ ସମ୍ପୂର୍ଣ୍ଣ ଭାବରେ ନିଜକୁ ଦୁରେଇ ରଖିବାକୁ ପରାମର୍ଶ ଦିଆଯାଇଥିଲା । ଟାଟା ଷ୍ଟିଲ ଯୋଡା ଡାକ୍ତରଖାନା ର ମୁଖ୍ୟ ଚିକିତ୍ସା ଅଧିକାରୀ ସୁଚିସ୍ମିତା ଦାସ ଡାକ୍ତରଖାନାରେ କର୍ମଚାରୀ ମାନଙ୍କୁ ନିୟମିତ ଭାବରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପାଇଁ ପରାମର୍ଶ ଦେଇଥିଲେ । ନିଜେ ସୁସ୍ଥ ରହିବା ସହ ସମସ୍ତଙ୍କୁ ସ୍ୱାସ୍ଥ୍ୟ ସଚେତନତା ର ବାର୍ତ୍ତା ଦେବା ପାଇଁ ଟାଟା ଷ୍ଟିଲ ଯୋଡା ଡାକ୍ତରଖାନା ର ସମସ୍ତ କର୍ମଚାରୀ ଶପଥ ନେଇଥିଲେ ।
September 29, 2023
0 Comment
180 Views
ଟାଟା ଷ୍ଟିଲ୍ ପକ୍ଷରୁ ବିଶ୍ଵ ହୃଦୟ ଦିବସ ପାଳିତ
କେନ୍ଦୁଝର, ସେପ୍ଟେମ୍ବର ୨୯, ୨୦୨୩ ଟାଟା ଷ୍ଟିଲ ଯୋଡା ପକ୍ଷରୁ ବିଶ୍ଵ ହୃଦୟ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ, ଟାଟା ଷ୍ଟିଲ ଯୋଡା ଡାକ୍ତରଖାନା ସହ ବିଚାକୁଣ୍ଡି, ଯୋଡା ଇଷ୍ଟ ଏବଂ ଖଣ୍ଡବନ୍ଧ ଖଣି ରେ କର୍ମଚାରୀ ମାନଙ୍କୁ ଡାକ୍ତର ମାନଙ୍କ ପକ୍ଷରୁସ୍ୱାସ୍ଥ୍ୟ ତଥା ନିଜର ହୃଦୟ ପ୍ରତି ସଚେତନ ହେବା ର ବାର୍ତ୍ତା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡାକ୍ତର ମାନେ ଯୋଗ ଦେଇ, ସୁଷମ ଓ ପୁଷ୍ଟିକର ଖାଦ୍ୟ ସହ... Read More