କେନ୍ଦୁଝର, (ନିପ୍ର) କେନ୍ଦୁଝର ସହରର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନଲେଜ ଟ୍ରି ସତପ୍ରତିସତ ସଫଳତା ପାଇବା ସହିତ ଅନୁଷ୍ଠାନର ଛାତ୍ରୀ ପୂଜା କର୍ମକାର ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦୁଝରରୁ ୮୫.୧ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ସର୍ବାଧିକ ନମ୍ବର ରଖିଥିବା ବିଦ୍ୟାର୍ଥୀ ଭାବେ ବିବେଚିତ ହୋଇଛନ୍ତି । ଏଭଳି ସଫଳତାପାଇଁ ପୂଜା ତାଙ୍କ ବାପା ମା ତଥା ପରିବାରବର୍ଗ ଏବଂ ସର୍ବପରି ସେ ଟିଉସନ ହେଉଥିବା ଶିକ୍ଷାନୁଷ୍ଠାନ ନଲେଜ ଟ୍ରି ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି । ଏହି ସଫଳତା ପରେ ନଲେଜ ଟ୍ରି ର ନିର୍ଦେଶକ ସରୋଜ କୁମାର ପୋହି ପୂଜା କର୍ମକାର ଙ୍କ ଘରକୁ ଯାଇ ପୁଷ୍ପଗୁଚ୍ଛ ଦେଇ ପରିବାର ସଦସ୍ୟ ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅନୁଷ୍ଠାନ ର ବିଦ୍ୟାର୍ଥୀ ପ୍ରୀତିମୟୀ ନାଏକ, ନିବେଦିତା ଦାସ, ବନ୍ୟାରାଣୀ ନାଏକ, ପ୍ରଜ୍ଞାପରାମିତା ଦେହୁରୀ, ତପସ୍ୱୀନି ନାଏକ, ସ୍ଵର୍ଣପ୍ରଭା ଦାସ, ସୁପ୍ରିୟା ସାହୁ, ଅପର୍ଣ୍ଣା ରାୟ, ପ୍ରଜ୍ଞା ପରାମିତା ଦେବତା, ବର୍ଷା ପ୍ରିୟଦର୍ଶିନୀ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ନରେଶ ନାରାୟଣ, ସବିତା ବେହେରା ପ୍ରମୁଖ ଭଲ ନମ୍ବର ରଖି ଶିକ୍ଷାନୁଷ୍ଠାନକୁ ସଫଳତା ଦେଇଛନ୍ତି ।
June 10, 2023
0 Comment
211 Views
ନଲେଜ୍ ଟ୍ରି ର ସତପ୍ରତିସତ ସଫଳତା
କେନ୍ଦୁଝର, (ନିପ୍ର) କେନ୍ଦୁଝର ସହରର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ନଲେଜ ଟ୍ରି ସତପ୍ରତିସତ ସଫଳତା ପାଇବା ସହିତ ଅନୁଷ୍ଠାନର ଛାତ୍ରୀ ପୂଜା କର୍ମକାର ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କେନ୍ଦୁଝରରୁ ୮୫.୧ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ସର୍ବାଧିକ ନମ୍ବର ରଖିଥିବା ବିଦ୍ୟାର୍ଥୀ ଭାବେ ବିବେଚିତ ହୋଇଛନ୍ତି । ଏଭଳି ସଫଳତାପାଇଁ ପୂଜା ତାଙ୍କ ବାପା ମା ତଥା ପରିବାରବର୍ଗ ଏବଂ ସର୍ବପରି ସେ ଟିଉସନ ହେଉଥିବା ଶିକ୍ଷାନୁଷ୍ଠାନ ନଲେଜ ଟ୍ରି ର ସମସ୍ତ ଶିକ୍ଷକ... Read More