ନୂଆଦିଲ୍ଲୀ : ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପିଏମ୍ ମୋଦି ବିଶ୍ୱର ପ୍ରଥମ ନେତା ହୋଇଛନ୍ତି, ଯାହାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ୨୦ ମିଲିୟନ ସବ୍ସକ୍ରାଇବର୍ସରେ ପହଞ୍ଚିଛି। ଅର୍ଥାତ୍ ପିଏମ୍ ମୋଦିଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୨ କୋଟିରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି।
ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ ଏକ ନୂତନ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ପିଏମ୍ ମୋଦି ବିଶ୍ୱର ପ୍ରଥମ ନେତା ହୋଇଛନ୍ତି, ଯାହାଙ୍କ ୟୁଟ୍ୟୁବ୍ ଚ୍ୟାନେଲ ୨୦ ମିଲିୟନ ସବ୍ସକ୍ରାଇବର୍ସରେ ପହଞ୍ଚିଛି। ଅର୍ଥାତ୍ ପିଏମ୍ ମୋଦିଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୨ କୋଟିରୁ ଅଧିକ ଲୋକ ଯୋଡ଼ି ହୋଇଛନ୍ତି।
ଏହି ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନଗୁଡ଼ିକର ଭିଡିଓ ଅପଲୋଡ୍ କରାଯାଇଥାଏ। ଏହା ସହିତ ସିଧା ପ୍ରସାରଣ ମଧ୍ୟ ଏଠାରେ ଦେଖିବାକୁ ମିଳେ। ମୋଦି ଦେଶ, ବିଦେଶରେ ଯେଉଁଠି ବି କୌଣସି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗଦିଅନ୍ତି, ସେଠାକାର ସମ୍ବୋଧନ ଏହି ଚ୍ୟାନେଲ ମାଧ୍ୟମରେ ଦେଖାଯାଇଥାଏ।
ପିଏମ୍ ମୋଦିଙ୍କର ‘ନରେନ୍ଦ୍ର ମୋଦି’ ନାମରେ ୟୁଟ୍ୟୁବ୍ ଚ୍ୟାନେଲ ରହିଛି। ଏହି ଚ୍ୟାନେଲରେ ୪.୫ ବିଲିୟନ ଅର୍ଥାତ୍ ୪୫୦ କୋଟି ଭ୍ୟୁଜ୍ ହୋଇସାରିଲାଣି। ଚଳିତ ମାସରେ ମୋଟ ଭ୍ୟୁଜ୍ ୨୨.୪ କୋଟି ରହିଛି, ଯାହାକି ଏକ ରେକର୍ଡ। ଗତବର୍ଷ ଫେବୃୟାରୀରେ ଏହି ଚ୍ୟାନେଲର ସବ୍ସକ୍ରାଇବର୍ସ ସଂଖ୍ୟା ୧ କୋଟି ଅତିକ୍ରମ କରିଥିଲା।
ପ୍ରଧାନମନ୍ତ୍ରୀଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ସବୁଠାରୁ ଲୋକପ୍ରିୟ ୩ଟି ଭିଡିଓ ରହିଛି, ଯାହାର ମୋଟ ଭ୍ୟୁଜ୍ ହେଉଛି ୧୭୫ ମିଲିୟନ। ୨୦୦୭ରେ ମୋଦି ନିଜର ଏହି ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରିଥିଲେ। ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।
ଏହିପରି ମୋଦିଙ୍କର ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଦେଖିଲେ, ‘ଏକ୍ସ’ରେ ତାଙ୍କର ୬୪ ମିଲିୟନ ଫଲୋୟର୍ସ ଅଛନ୍ତି। ଇନ୍ଷ୍ଟାଗ୍ରାମରେ ମଧ୍ୟ ପିଏମ୍ଙ୍କୁ ୮୨.୭ ମିଲିୟନ ଲୋକ ଫଲୋ କରୁଛନ୍ତି। ସେପଟେ ଫେସ୍ବୁକରେ ପିଏମ୍ ମୋଦିଙ୍କର ୪୮ ମିଲିୟନ ଫଲୋୟର୍ସ ରହିଛନ୍ତି।