ହୀରାକୁଦ : ବନ୍ଦ ହେଲା ହୀରାକୁଦର ଦୁଇଟି ଗେଟ୍। ବର୍ତ୍ତମାନ ୧୮ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି। ବାମ ପାର୍ଶ୍ବରେ ୧୨ ଓ ଦକ୍ଷିଣ ପାର୍ଶ୍ବରେ ୬ଟି ଗେଟ୍ ଖୋଲା ରହିଛି। ଏବେ ହୀରାକୁଦର ଜଳସ୍ତର ୬୧୧.୮୫ ଫୁଟ୍ ରହିଛି। ୧ ଲକ୍ଷ ୫୭ ହଜାର ୨୭୨ କ୍ୟୁସେକ ଜଳ ବର୍ତ୍ତମାନ ଡ୍ୟାମ୍ ମଧ୍ୟକୁ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୯ ହଜାର ୭୪୦ କ୍ୟୁସେକ୍ ଜଳ ନିଷ୍କାସିତ ହେଉଥିବା ସୂଚନା ମିଳିଛି।
ହୀରାକୁଦର ଜଳସ୍ତର ଆଜି ସକାଳ ସୁଦ୍ଧା ୬୧୧.୮୫ ଫୁଟ ରହିଛି । ଡ୍ୟାମ ଭିତରକୁ ୧,୫୭,୨୭୨ କ୍ୟୁସେକ ପ୍ରବେଶ କରୁଥିବା ବେଳେ ୩,୦୯,୭୪୦ କ୍ୟୁସେକ ନିଷ୍କାସିତ ହେଉଛି। ଏବେ ହୀରାକୁଦର ବାମ ପାର୍ଶ୍ୱରେ ୧୨ ଓ ଦକ୍ଷିଣ ପାର୍ଶ୍ୱରେ ୬ଟି ଗେଟ୍ ଖୋଲା ଅଛି। ହୀରାକୁଦର ୨ଟି ଗେଟ୍ ବନ୍ଦ ହେବା ପ୍ରଭାବରେ ଗତକାଲି ରାତିରୁ ମୁଣ୍ଡଳୀରେ ମହାନଦୀର ଜଳସ୍ତର କମିବାରେ ଲାଗିଛି। ଗତକାଲି ରାତି ୧୨ଟା ସମୟରେ ସର୍ବାଧିକ ୪ ଲକ୍ଷ ୮୫ ହଜାର ୪୩୦ କ୍ୟୁସେକ ଜଳ ମୁଣ୍ଡଳୀରେ ପ୍ରବାହିତ ହୋଇଥିଲା। ତେବେ ଗତକାଲି ମଧ୍ୟରାତ୍ରିରୁ ଜଳସ୍ତର ସ୍ଥିର ରହିଥିବା ବେଳେ ଆଜି ସକାଳ ୬ଟା ସମୟରେ ୪ ଲକ୍ଷ ୮୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ମୁଣ୍ଡଳୀରେ ଅପ୍ ଷ୍ଟ୍ରିମରେ ୮୭.୮୦ ଫୁଟ ଓ ଡାଉନ୍ ଷ୍ଟ୍ରିମରେ ୮୪.୯୦ ଫୁଟ ଜଳସ୍ତର ରହିଛି ତେଣୁ ମୁଣ୍ଡଳୀରେ ଏବେ ଜଳସ୍ତର ବୃଦ୍ଧିର ସମ୍ଭାବନା କମ୍ ରହିଛି। ଫଳରେ ମଧ୍ୟମ ଧରଣର ବନ୍ୟା ଆଶଙ୍କାର ସମ୍ଭାବନା ନାହିଁ ବୋଲି ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀ ସୂଚନା ଦେଇଛନ୍ତି