ପୁରୀ : ରାତି ପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା। ସେଥିପାଇଁ ରଥ ପ୍ରସ୍ତୁତ। ପଥ ମଧ୍ୟ ପ୍ରସ୍ତୁତ। ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଦଣ୍ଡାୟମାନ ହୋଇଛି ସୁସଜ୍ଜିତ ତିନି ରଥ। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ବିରଳ ସଂଯୋଗକ୍ରମେ ୫୩ ବର୍ଷ ପରେ ଏଥର ୨ ଦିନ ଧରି ଚାଲିବ ରଥଟଣା। ସେଥିପାଇଁ ସଅଳ ନୀତିକାନ୍ତି ସହ ଶୃଙ୍ଖଳାର ସହ କେମିତି ରଥଯାତ୍ରା ସଂପନ୍ନ ହେବ ତା’ ଉପରେ ଗୁରୁତ୍ୱ ଦେଇଛି ପ୍ରଶାସନ।ପଟିଦିଅଁଙ୍କଠାରୁ ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଧରି ପହଞ୍ଚିବା ପରେ ଗୋଟିଏ ପରେ ଗୋଟିଏ ରଥକୁ ଟାଣି ନିଆଯାଇଥିଲା ସିଂହଦ୍ୱାର ସମ୍ମୁଖକୁ। ଡାହୁକ ବୋଲିରେ ପ୍ରଥମେ ନନ୍ଦିଘୋଷ, ପରେ ଦର୍ପଦଳନ ଆଉ ତା’ପରେ ଶେଷରେ ତାଳଧ୍ୱଜ ରଥକୁ ଟାଣିନେଇଥିଲେ ସ୍ୱେଚ୍ଛାସେବୀ, ସେବାୟତଙ୍କ ସହ ସୁରକ୍ଷାବାହିନୀ।
July 6, 2024
0 Comment
63 Views
ରାତି ପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା, ସିଂହଦ୍ୱାର ସମ୍ମୁଖରେ ୩ ରଥ
by Editor
ପୁରୀ : ରାତି ପାହିଲେ ମହାପ୍ରଭୁଙ୍କ ଘୋଷଯାତ୍ରା। ସେଥିପାଇଁ ରଥ ପ୍ରସ୍ତୁତ। ପଥ ମଧ୍ୟ ପ୍ରସ୍ତୁତ। ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ଦଣ୍ଡାୟମାନ ହୋଇଛି ସୁସଜ୍ଜିତ ତିନି ରଥ। ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ ସହ ଦଉଡ଼ି ଟାଣି ଜୀବନକୁ କୃତାର୍ଥ କରିବାକୁ ଭକ୍ତପ୍ରାଣ ଉଚ୍ଛନ୍ନ। ବିରଳ ସଂଯୋଗକ୍ରମେ ୫୩ ବର୍ଷ ପରେ ଏଥର ୨ ଦିନ ଧରି ଚାଲିବ ରଥଟଣା। ସେଥିପାଇଁ ସଅଳ ନୀତିକାନ୍ତି ସହ ଶୃଙ୍ଖଳାର ସହ କେମିତି ରଥଯାତ୍ରା ସଂପନ୍ନ ହେବ ତା’... Read More