ଘଟଗାଁ : କାନ୍ଥ ପଡ଼ି ୪ ବର୍ଷର ଶିଶୁପୁତ୍ରର ମୃତ୍ୟୁ ଘଟିଛି। ଏପରି ଦୁଃଖଦ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ବୁଢାଖମଣ ଗ୍ରାମ ହାତିମରା ସାହିରେ । ମୃତ ଶିଶୁପୁତ୍ର ଜଣଙ୍କ ମୁନା ମୁଣ୍ଡାଙ୍କ ୪ ବର୍ଷର ଶିଶୁପୁତ୍ର କରୁଣା ମୁଣ୍ଡା ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ପ୍ରତ୍ୟେକ ଦିନ ପରି ଶୁକ୍ରବାର ରାତିରେ ବାପା ମାଙ୍କ ସହିତ ଶୋଇଥିଲେ କରୁଣା । ତେବେ ଶୋଇଥିବା ବେଳେ ପ୍ରାୟ ରାତି ୪ଟା ସମୟରେ କାନ୍ଥ ଭୁଶୁଡି ସିଧା କରୁଣାଙ୍କ ମୁହଁ ଉପରେ ପଡିଥିଲା । ଘଟଣାସ୍ଥଳରେ ହିଁ ପିଲାଟି ଚିତ୍କାର କରି ମୃତ୍ୟୁ ହୋଇଯାଇଥିଲା । ମୃତ ଶିଶୁପୁତ୍ରର ବୟସ ୪ ବର୍ଷ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।