ଭୁବନେଶ୍ବର: ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ହୋଇଛନ୍ତି। ବଜ୍ରାଘାତ ଯୋଗୁଁ କରଞ୍ଜିଆ କୋଇଲିପାଳ ଗାଁରେ ଝିଅ ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ହୋଇଛନ୍ତି। ସେହିପରି କାମାକ୍ଷାନଗର ବାଘୁଆ ଗାଁରେ ବଜ୍ରପାତରେ ଫାଇନାନ୍ସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ଏବଂ ଏଥିରେ ୨ଜଣ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। ଖଡ଼ିଆଳ କିରିକିଟା ଗାଁରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ସେହି ଗାଁର ଆଉ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଖଣ୍ଡପଡ଼ା ଦୌଡ଼ପାଟଣା ଗାଁରେ ବଜ୍ରାଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ କେନ୍ଦୁଝର ସଦର ବ୍ଲକ ଗୁମୁରା ଗାଁରେ ଜଣେ ଗାଈ ଚରାଳୀ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

June 7, 2024
0 Comment
102 Views
ରାଜ୍ୟର ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୫ ମୃତ, ୪ ଗୁରୁତର
by Editor
ଭୁବନେଶ୍ବର: ପୃଥକ ପୃଥକ ସ୍ଥାନରେ ବଜ୍ରାଘାତରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ଜଣ ଗୁରୁତର ହୋଇଛନ୍ତି। ବଜ୍ରାଘାତ ଯୋଗୁଁ କରଞ୍ଜିଆ କୋଇଲିପାଳ ଗାଁରେ ଝିଅ ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ହୋଇଛନ୍ତି। ସେହିପରି କାମାକ୍ଷାନଗର ବାଘୁଆ ଗାଁରେ ବଜ୍ରପାତରେ ଫାଇନାନ୍ସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ଏବଂ ଏଥିରେ ୨ଜଣ ମହିଳା ଗୁରୁତର ଭାବେ ଆହତ ହୋଇଛନ୍ତି। ଖଡ଼ିଆଳ କିରିକିଟା ଗାଁରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବାବେଳେ ସେହି ଗାଁର ଆଉ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ଖଣ୍ଡପଡ଼ା... Read More