କେନ୍ଦୁଝର, ରାଜ୍ୟର ବିକାଶ କ୍ଷେତ୍ରରେ ସମବାୟ ବ୍ୟାଙ୍କ ସମୂହ ଗୁଡିକର ବିକାଶ ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର କୃଷକ ଓ ଦୁର୍ବଳ ଆର୍ଥିକ ଶ୍ରେଣୀର ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ହୋଇ ପାରିଛି। ଏହି ଲକ୍ଷରେ ଲୋକଙ୍କ ନିକଟରେ ସମବାୟର ଲାଭ ପହଞ୍ଚାଇବା ପାଇଁ ସମବାୟ ସମିତି ମାଧ୍ୟମରେ ଉନ୍ନତ୍ତି ମୂଳକ କାର୍ଯ୍ୟ ପହଞ୍ଚା ଯାଇ ପାରୁଛି। ସରକାରଙ୍କ ବିଭିନ୍ନ ସୁବିଧାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ ନେଇ ତଥା ସମବାୟ ବ୍ୟାଙ୍କ ମାଧ୍ୟମରେ ଲୋକଙ୍କର ଆର୍ଥିକ ମାନଦଣ୍ଡ ଉନ୍ନତ୍ତ କରିବା ଲକ୍ଷକୁ ପ୍ରାଧାନ୍ୟ ଦେଇ ଚଳିତ ବର୍ଷର ୭୦ତମ ସର୍ବଭାରତୀୟ ସମବାୟ ସପ୍ତାହ ୨୦୨୩ ସ୍ଥାନୀୟ କେନ୍ଦୁଝର ଅଡିଟୋରୀୟମ ରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଜିଲାସ୍ତରୀୟ ମହୋତ୍ସବ ମାନ୍ୟବର ଘଷିପୁରା ବିଧାୟକ ଶ୍ରୀ ବଦ୍ରୀ ନାରାୟଣ ପାତ୍ର, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଶ୍ରୀ କାନନ ବିହାରୀ ପହି, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ଉପସଭାପତି ରଶ୍ମିରେଖା ଚକ୍ର, ରାଜ୍ୟ ସମବାୟ ବ୍ୟାଙ୍କ ସମୂହ ସଭାପତି ଟି ପ୍ରସାଦ ରାଓ, ମାନ୍ୟବର ପାଟଣା ବିଧାୟକ ଶ୍ରୀ ଜଗନ୍ନାଥ ନାଏକ, ପୂର୍ବତନ ସାଂସଦ ତଥା ଜିଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, ନାବାର୍ଡ ଜିଲା ଡି ଡିଏମ ଦୀପ୍ତିକାନ୍ତ ମଲିକ , ଡିଆରସିଏସ ଶୁଭ୍ରକାନ୍ତ ଟୁଙ୍ଗ, କେନ୍ଦୁଝର କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ରବୀନ୍ଦ୍ରନାଥ କାଲୁଣ୍ଡିଆ,ଏଆରସିଏସ ଆନନ୍ଦପୁର ଅଜୟ କୁମାର ସେଠି, ଜିଲ୍ଲାର ବରିଷ୍ଠ ନେତା ତଥା ଜିଲା ପରିଷଦ ସଭ୍ୟ ଆଶିଷ ଚକ୍ରବର୍ତ୍ତୀ, ସମବାୟ ବ୍ୟାଙ୍କ ସଙ୍ଘ ସଭାପତି ଅଟଳ ବିହାରୀ ଶତପଥୀ, ଜିଲା କୃଷି ଅଧିକାରୀ ମିହିର କୁମାର ସାହୁ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ । ଜିଲ୍ଲା ସମବାୟ ସଂସ୍ଥା ସହିତ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯୋଡି ହୋଇଥିବା ହିତାଧିକାରୀ ଓ ଲାଭାର୍ଥୀ ତଥା ସଫଳ କୃଷକ ମାନେ ମଧ୍ୟ ଉପସ୍ଥିତ ରହି ପୁରସ୍କୃତ ହୋଇଥିଲେ ।
November 19, 2023
0 Comment
228 Views
୭୦ ତମ ସର୍ବଭାରତୀୟ ସମବାୟ ସପ୍ତାହ ତଥା ଜିଲା ସ୍ତରୀୟ ମହୋତ୍ସବ ପାଳିତ
କେନ୍ଦୁଝର, ରାଜ୍ୟର ବିକାଶ କ୍ଷେତ୍ରରେ ସମବାୟ ବ୍ୟାଙ୍କ ସମୂହ ଗୁଡିକର ବିକାଶ ମୂଳକ କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର କୃଷକ ଓ ଦୁର୍ବଳ ଆର୍ଥିକ ଶ୍ରେଣୀର ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶ ହୋଇ ପାରିଛି। ଏହି ଲକ୍ଷରେ ଲୋକଙ୍କ ନିକଟରେ ସମବାୟର ଲାଭ ପହଞ୍ଚାଇବା ପାଇଁ ସମବାୟ ସମିତି ମାଧ୍ୟମରେ ଉନ୍ନତ୍ତି ମୂଳକ କାର୍ଯ୍ୟ ପହଞ୍ଚା ଯାଇ ପାରୁଛି। ସରକାରଙ୍କ ବିଭିନ୍ନ ସୁବିଧାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଲକ୍ଷ ନେଇ ତଥା ସମବାୟ ବ୍ୟାଙ୍କ ମାଧ୍ୟମରେ ଲୋକଙ୍କର... Read More