ବେଙ୍ଗାଲୁରୁ: ଭାରତର ସବୁଠାରୁ ବଡ଼ ଏରୋସ୍ପେଶ୍ ଓ ପ୍ରତିରକ୍ଷା ପ୍ରଦର୍ଶନୀ ଶୋ ଏରୋ ଇଣ୍ଡିଆର ୧୪ ତମ ସଂସ୍କରଣକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶ ତଥା ବିଦେଶର ପ୍ରଦର୍ଶକମାନେ ଏଥିରେ ଭାଗ ନେଉଛନ୍ତି। ଏହା ଏପର୍ଯ୍ୟନ୍ତ ସମସ୍ତ ରେକର୍ଡକୁ ଭଙ୍ଗ କରିଛି। ଏଥିରେ ଭାରତର ଏମଏସ୍ଏମଇ ମଧ୍ୟ ରହିଛି। ଏଥିରେ ସ୍ୱେଦେଶୀ ଷ୍ଟାର୍ଟଅପ ଏବଂ ବିଶ୍ୱର ଅନେକ ଜଣାଶୁଣା କମ୍ପାନୀ ମଧ୍ୟ ଭାଗ ନେଇଛନ୍ତି। ଏୟାର ଇଣ୍ଡିଆର ଏହି ପ୍ରଦର୍ଶନ ଭାରତର ବଢୁଥିବା ସାମର୍ଥ୍ୟର ପରିଚୟ ଅଟେ। ଏଥିରେ ଦୁନିଆର ୧୦୦ ଦେଶର ଉପସ୍ଥିତି, ଭାରତ ଉପରେ ପୂରା ବିଶ୍ୱର ବିଶ୍ୱାସ ଦର୍ଶାଉଛି। ଏହି ଏୟାର ସୋ’ରେ ଭାରତ ସମେତ ପୂରା ବିଶ୍ୱର ୭୦୦ରୁ ଅଧିକ ପ୍ରଦର୍ଶକ ଭାଗ ନେଇଛନ୍ତି। ଏହି ପ୍ରଦର୍ଶନ ପୁର୍ବର ସମସ୍ତ ରେକର୍ଡକୁ ଭାଙ୍ଗି ଦେଇଛି।