କେନ୍ଦୁଝର, ଜୀବଜନ୍ତୁ ନିଷ୍ଠୁରତା ନିବାରଣ ସମିତି ପକ୍ଷରୁ ପ୍ରାଣୀ ସମ୍ପଦ ବିଭାଗ ଓ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ମିଳିତ ଆନୁକୂଲ୍ୟରେ ଜୀବଜନ୍ତୁ ସୁରକ୍ଷା ଅଧିନିୟମ ଓ ଆଇନ ଏବଂ ଏହାର କାର୍ଯ୍ୟକାରିତା ସମ୍ପର୍କରେ ଦରବାର ହଲଠାରେ ମଙ୍ଗଳବାର ଏକ ଜିଲାସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଜୀବଜନ୍ତୁ କଲ୍ୟାଣ ପରିଷଦ ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୦୨୩ ଏପ୍ରିଲ ମାସକୁ ଜୀବଜନ୍ତୁ ନିଷ୍ଠୁରତା ନିବାରଣ ମାସ ଭାବେ ପାଳନ ଅବସରରେ ଏହି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିବା ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ତଥା ସମିତିର ସମ୍ପାଦକ ଅକ୍ଷୟ କୁମାର ଘଡେଇ ପ୍ରାରମ୍ଭିକ ସୂଚନା ପ୍ରଦାନ ଅବସରରେ ଏହା କହିଛନ୍ତି। ଜୀବଜନ୍ତୁ ନିଷ୍ଠୁରତା ନିବାରଣ ସମିତି ଅଧ୍ୟକ୍ଷ ତଥା ଜିଲାପାଳ ଆଶିଷ ଠାକରେଙ୍କ ନିର୍ଦ୍ଦେଶକ୍ରମେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ସମିତିର ଉପାଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ଚତୁର୍ଭୁଜ ହୋତା ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲାପାଳ ଯଦୁମଣୀ ମହଲା, ଡିଏପଓ ଧନରାଜ ଏଚ.ଡି. କେନ୍ଦୁଝରଗଡ଼ ପୌର ନିର୍ବାହୀ ଅଧିକାରୀ ଡା. ମଧୁସ୍ମିତା ସାମନ୍ତରାୟ, ଏନଆଇସି ଅଧିକାରୀ ଅଜୟ କୁମାର ମହାପାତ୍ର, ଡିଏସପି ଅମ୍ବିତ୍ ମହାନ୍ତି, ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳ କୃଷ୍ଣ ଦାସ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଅଶୋକ କୁମାର ସାହୁ ପ୍ରମୁଖ ମଞ୍ଚାସୀନ ହୋଇ ଜୀବଜନ୍ତୁ ନିଷ୍ଠୁରତା ନିବାରଣ ଓ ଏମାନଙ୍କ ସୁରକ୍ଷା ଦିଗରେ ସୁସ୍ଥ ମାନସିକତା ଲୋଡା ବୋଲି ମତବ୍ୟକ୍ତ କରିଥିଲେ।
![](https://theajikali.com/wp-content/uploads/2023/04/IMG-20230411-WA0015-300x198.jpg)