ପୁରୀ : ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଭକ୍ତ ନିବାସକୁ ଆସୁଥିବା ଅତିଥି/ଭକ୍ତଙ୍କୁ ଏକ ସ୍ଵତନ୍ତ୍ର ଅନୁଭୂତି ପ୍ରଦାନ ପାଇଁ ଆଜିଠୁ ପ୍ରୟାସ ଆରମ୍ଭ ହୋଇଛି। ଏଣିକି ଭକ୍ତ ନିବାସରେ ରହିବା ପାଇଁ ଆସୁଥିବା ଭକ୍ତଙ୍କୁ ଫୁଲ ଚନ୍ଦନ ସହ ସ୍ବାଗତ କରାଯିବ। ବିଦାୟ ସମୟରେ ଭକ୍ତଙ୍କୁ ରଥକାଠ, ଦଉଡି, ରଥକନା ସମ୍ବଳିତ ପ୍ୟାକେଟ ପ୍ରଦାନ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିସହ ସେ ସମସ୍ତ ୪ଟି ଭକ୍ତ ନିବାସକୁ ଯାଇ ଭକ୍ତଙ୍କ ସହ ମତ ବିନିମୟ କରିଛନ୍ତି। ଭକ୍ତମାନେ ଶ୍ରୀମନ୍ଦିର ପ୍ରଶାସନର ଏହି ଉଦ୍ୟମକୁ ପ୍ରଶଂସା କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

June 2, 2023
0 Comment
195 Views
ଶ୍ରୀମନ୍ଦିର ପ୍ରଶାସନର ଭକ୍ତ ନିବାସ ଅତିଥିମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ସ୍ୱାଗତ ସମ୍ବର୍ଦ୍ଧନା
by Editor
ପୁରୀ : ଶ୍ରୀମନ୍ଦିର ପ୍ରଶାସନର ସମସ୍ତ ଭକ୍ତ ନିବାସକୁ ଆସୁଥିବା ଅତିଥି/ଭକ୍ତଙ୍କୁ ଏକ ସ୍ଵତନ୍ତ୍ର ଅନୁଭୂତି ପ୍ରଦାନ ପାଇଁ ଆଜିଠୁ ପ୍ରୟାସ ଆରମ୍ଭ ହୋଇଛି। ଏଣିକି ଭକ୍ତ ନିବାସରେ ରହିବା ପାଇଁ ଆସୁଥିବା ଭକ୍ତଙ୍କୁ ଫୁଲ ଚନ୍ଦନ ସହ ସ୍ବାଗତ କରାଯିବ। ବିଦାୟ ସମୟରେ ଭକ୍ତଙ୍କୁ ରଥକାଠ, ଦଉଡି, ରଥକନା ସମ୍ବଳିତ ପ୍ୟାକେଟ ପ୍ରଦାନ କରାଯିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ କୁମାର ଦାସ ଆଜି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥିସହ ସେ ସମସ୍ତ... Read More