କେନ୍ଦୁଝର, ବାଲେଶ୍ବର ଜିଲ୍ଲା ବାହାନଗା ରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣା ରେ ଆହତ ମାନଙ୍କୁ ମାନବୀୟ ସହାୟତା ଯୋଗାଇଦେବା ପରିପେକ୍ଷୀ ରେ ଆଜି ଓଡ଼ିଶା ଖଣି ନିଗମ ବଡ଼ବିଲ ପକ୍ଷରୁ ଭାରତୀୟ ରେଡ଼କ୍ରସ ସଂସ୍ଥା ସହଯୋଗ ରେ ଏକ ଡେଡିକେଟେଡ ରକ୍ତଦାନ ଶିବିର ଆଞ୍ଚଳିକ ଅଫିସ ପରିସର ରେ ଅନୁଷ୍ଠିତ ହୋଇ ୨୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଓଏମସି କର୍ମଚାରୀ ଓ ପରିବାର ବର୍ଗ ଏହି ମହତ ଉଦ୍ଦେଶ୍ୟ ରେ ସାମିଲ ହୋଇଥିଲେ । ଜିଲ୍ଲା ରେଡ଼କ୍ରସ ଯୁଗ୍ମ ସମ୍ପାଦକ ଶ୍ରୀ ଏ ଆର ଖାନ ଏହି ଶିବିର ଉଦ୍ଘାଟନ କରି ରକ୍ତଦାତା ମାନଙ୍କୁ ପ୍ରେରିତ କରିଥିଲେ । ରାଜ୍ୟ ଆଥଲେଟିକ ସଂଘ ଉପସଭାପତି ଡ଼ଃ ଜନାର୍ଦନ ଦାଶ ଅନ୍ୟତମ ଅତିଥି ଭାବେ ଯୋଗଦେଇ ପ୍ରେରଣା ପ୍ରଦାନ କରିଥିଲେ । ଶ୍ରୀ ସନାତନ ବେହେରା,ଶ୍ରୀ ଗୁଗନ ଡି ,ଡାକ୍ତର ବବିତା ଏକ୍କା ,ଶ୍ରୀ ନୂତନ ରାଉତ ଶିବିର ପରିଚାଳନା କରିଥିଲେ, ଓଏମସି ଏମଡି ଶ୍ରୀ ବଳବନ୍ତ ସିଂ ଏହି ମହତ ଉଦ୍ଦେଶ୍ୟ ପାଇଁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ରକ୍ତ କେନ୍ଦ୍ର କର୍ମଚାରୀ ଗୌରୀଶଙ୍କର ମଲ୍ଲିକ ,ଭାଗିରଥି ମହାକୁଡ ,ସିଦ୍ଧାର୍ଥ ମହାନ୍ତ,ଉପେନ୍ଦ୍ର ସାହୁ ରକ୍ତ ସଂଗ୍ରହ କରିଥିଲେ ।
June 4, 2023
0 Comment
544 Views
ଓଏମସି ପକ୍ଷରୁ ରକ୍ତଦାନ ଶିବିର
କେନ୍ଦୁଝର, ବାଲେଶ୍ବର ଜିଲ୍ଲା ବାହାନଗା ରେ ଘଟିଥିବା ଭୟାବହ ରେଳ ଦୁର୍ଘଟଣା ରେ ଆହତ ମାନଙ୍କୁ ମାନବୀୟ ସହାୟତା ଯୋଗାଇଦେବା ପରିପେକ୍ଷୀ ରେ ଆଜି ଓଡ଼ିଶା ଖଣି ନିଗମ ବଡ଼ବିଲ ପକ୍ଷରୁ ଭାରତୀୟ ରେଡ଼କ୍ରସ ସଂସ୍ଥା ସହଯୋଗ ରେ ଏକ ଡେଡିକେଟେଡ ରକ୍ତଦାନ ଶିବିର ଆଞ୍ଚଳିକ ଅଫିସ ପରିସର ରେ ଅନୁଷ୍ଠିତ ହୋଇ ୨୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଛି । ଓଏମସି କର୍ମଚାରୀ ଓ ପରିବାର ବର୍ଗ ଏହି ମହତ ଉଦ୍ଦେଶ୍ୟ ରେ ସାମିଲ ହୋଇଥିଲେ... Read More