କେନ୍ଦୁଝର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କେନ୍ଦୁଝର ନଗର ପକ୍ଷରୁ ସହିଦସଦନ ସଭାଗୃହରେ ଶୁକ୍ରବାର ସନ୍ଧ୍ୟାରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ ହୋଇଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅବସରପ୍ରାପ୍ତ ଅଧିକାରୀ ଚକ୍ରଧର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ହିନ୍ଦୁତ୍ୱର ଏକତା ମୂଳ ଲକ୍ଷ୍ୟ ହେବା ଉଚିତ ବୋଲି କହିଥିଲେ। ଜିଲା ସଂଘ ଚାଳକ କୈଳାଶ ଚନ୍ଦ୍ର ମହାପାତ୍ର, ନଗର ସଂଘ ଚାଳକ ନୀଳମଣୀ ସାହୁ, ଜିଲା ସମ୍ପର୍କ ପ୍ରମୁଖ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମହାରାଜା ଶିବାଜୀଙ୍କ ଜୀବନୀ ଓ ହିନ୍ଦୁ ଧର୍ମକୁ ସେ କିଭଳି ସୁରକ୍ଷା ଦେଇ ଆସୁଥିଲେ ସେ ସମ୍ପର୍କରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ସ୍ୱୟଂ ସେବକ ଅକ୍ଷୟ, ଦେବରାଜ ଆଚାର୍ଯ୍ୟ, ଗଣେଶ ଦାସ, ଦାଶରଥୀ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ।
June 4, 2023
0 Comment
786 Views
ଆରଏସ୍ଏସ୍ ପାଳିଲା ହିନ୍ଦୁ ସାମ୍ରାଜ୍ୟ ଦିବସ
କେନ୍ଦୁଝର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ କେନ୍ଦୁଝର ନଗର ପକ୍ଷରୁ ସହିଦସଦନ ସଭାଗୃହରେ ଶୁକ୍ରବାର ସନ୍ଧ୍ୟାରେ ହିନ୍ଦୁ ସାମ୍ରାଜ୍ୟ ଦିବସ ପାଳିତ ହୋଇଯାଇଛି। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅବସରପ୍ରାପ୍ତ ଅଧିକାରୀ ଚକ୍ରଧର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ହିନ୍ଦୁତ୍ୱର ଏକତା ମୂଳ ଲକ୍ଷ୍ୟ ହେବା ଉଚିତ ବୋଲି କହିଥିଲେ। ଜିଲା ସଂଘ ଚାଳକ କୈଳାଶ ଚନ୍ଦ୍ର ମହାପାତ୍ର, ନଗର ସଂଘ ଚାଳକ ନୀଳମଣୀ ସାହୁ, ଜିଲା ସମ୍ପର୍କ ପ୍ରମୁଖ ମହେନ୍ଦ୍ର କୁମାର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ... Read More