ମୋହନା : କେରଳରେ ଯୁବକଙ୍କୁ ହତ୍ୟା ଅଭିଯୋଗ । ଶଳାକୁ ନିଜ ଭିଣୋଇ ହତ୍ୟା କରିଥିବା ଅଭିଯୋଗ ଆସିଛି । ମୃତକ ହେଲେ ଗଜପତି ଜିଲ୍ଲା ମୋହନା ଥାନା ବିଜିପୁର ଗାଁର ଅଭୟ ବୀର । କେରଳ ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।
ଖବର ଅନୁଯାୟୀ, ଉଭୟ ଶଳା ଓ ଭିଣୋଇ ଏକାଠି ଶ୍ରମିକ ଭାବେ କେରଳରେ କାମ କରୁଥିଲେ । ଶୁକ୍ରବାର କୌଣସି କାରଣକୁ ନେଇ ଉଭୟ ଶଳା ଓ ଭିଣୋଇଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ଶଳାକୁ ନିଜ ଭିଣୋଇ ହତ୍ୟା କରିଦେଇଛି । ତେବେ ହତ୍ୟା ପରେ ଅଭିଯୁକ୍ତ ଭିଣୋଇକୁ ଗିରଫ କରିଛି କେରଳର କଟାରକାରା ଥାନା ପୋଲିସ । ସାଇଣ୍ଟିଫିକ୍ ଟିମ୍ ମଧ୍ୟ ସହଯୋଗ ନେଇପାରେ କଟାରକାରା ଥାନା ପୋଲିସ ।