ପୁରୀ : ରୂପାରେ ଝଲସୁଛି ଶ୍ରୀମନ୍ଦିର ସିଂହଦ୍ଵାର । ଗତକାଲି ବାହୁଡା ଯାତ୍ରା ଅବସରରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରରେ ନବଦିନାତ୍ମକ ଯାତ୍ରା ସାରି ଫେରିବା ପରେ ସୁନାବେଶ ଅନୁଷ୍ଠିତ ହେବ । ତେବେ ଭକ୍ତ ଓ ଶ୍ରଦ୍ଧାଳୁମାନେ ରଥ ଉପରେ ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ଦର୍ଶନ ସହ ଶ୍ରୀମନ୍ଦିର ସିଂହଦ୍ୱାର ରୂପା ଛାଉଣୀ ହୋଇଥିବା ଦେଖି ବେଶ୍ ଉତ୍ସାହିତ ହୋଇଛନ୍ତି।
ମୁମ୍ବାଇରୁ ପାଞ୍ଚଶହ କେଜି ଓଜନର ଦୁଇଟି ଷ୍ଟିଲ ଫ୍ରେମ ଆସି ପହଞ୍ଚିବା ପରେ ୧୫ରୁ ଉର୍ଦ୍ଧ୍ୱ ଶ୍ରମିକ ଏହାକୁ ଶ୍ରୀମନ୍ଦିର ସିଂହଦ୍ୱାର ମଧ୍ୟକୁ ନେଇଥିଲେ । ମୁମ୍ବାଇର ଜଣେ ଦାତା ରୂପା ଦାନ କରିଥିବା ବେଳେ ଦାତାଙ୍କ କାରିଗର ଜଗଦୀଶ ଏବଂ ହସମୁଖଙ୍କ ଦ୍ୱାରା ଏହା ପ୍ରସ୍ତୁତ କରାଯାଇଥିଲା। ଏହା ଉପରେ ରୂପାର କାରୁକାର୍ଯ୍ୟ ରହିଛି । କବାଟର ଚାରିକୋଣରେ ରୂପାର ପତଳା ପ୍ଲେଟ୍ ଲାଗିବା ପରେ ମଝିରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଡିଜାଇନର ବର୍ଗାକାର ରୂପା ପ୍ଲେଟ୍ ଲଗାଯାଇଛି । ସେହିପରି ଦୁଇ ପାଶ୍ୱର୍ରେ ଦୁଇଟି ସିଂହମୂର୍ତ୍ତି ଲଗାଯାଇଛି । ଏହି ଦ୍ୱାରରେ ମା’ ଲକ୍ଷ୍ମୀ ସାଆନ୍ତାଣୀ ମହାପ୍ରଭୁଙ୍କୁ ଶ୍ରୀମନ୍ଦିରକୁ ଭବ୍ୟ ସ୍ୱାଗତ କରିବେ । ସେହିଭଳି ଦୁଇପାର୍ଶ୍ବରେ ଦୁଇଟି ରୁପାର ସିଂହମୂର୍ତ୍ତି ବି ଲଗାଯାଇଛି। ଦ୍ବାର ଖୋଲିବା ପାଇଁ ପୂର୍ବଭଳି ଦୁଇ ସିଂହମୂର୍ତ୍ତିରେ ଦୁଇଟି ରୁପାର କଡ଼ା ବି ଲଗାଯାଇଛି।