ଝାରସୁଗୁଡ଼ା : କୋର୍ଟରେ ହାଜର ହେଲା ଗୋପାଳ । ଝାରସୁଗୁଡ଼ା ଜେଏମଏଫ୍ସି କୋର୍ଟରେ ହାଜର ହେଲା ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ । ଆଜି ତାକୁ ଜେଲରୁ ଅଣାଯାଇ ଝାରସୁଗୁଡ଼ା ଓଏମପି ସ୍ଥିତ ଦ୍ୱିତୀୟ ବାଟାଲିୟନରେ ରଖାଯାଇଥିଲା । କଡା ସୁରକ୍ଷା ବଳୟରେ ଗୋପାଳକୁ କୋର୍ଟକୁ ଅଣାଯାଇଛି ।
ଜାନୁଆରୀ ୨୯ରେ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ । ବ୍ରଜରାଜନଗର ଗାନ୍ଧି ଛକରେ ପଏଣ୍ଟ ବ୍ଲାଙ୍କରୁ ଫାୟାରିଂ କରିଥିଲା । ଦୁଇ ରାଉଣ୍ଡ ଗୁଳିମାଡ଼ରେ ଟଳି ପଡ଼ିଥିଲେ ନବ ଦାସ । ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏୟାର ଲିଫ୍ଟ କରାଯାଇଥିଲା । ଫେବ୍ରୁଆରୀ ୧୪ ତାରିଖରେ ଗୋପାଲକୁ ଚୌଦ୍ୱାର ସର୍କଲ ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ଗୋପାଳ ଦାସ ଚୌଦ୍ୱାର ଜେଲର ୩ ନମ୍ବର ସେଲରେ କଡ଼ା ସୁରକ୍ଷାରେ ଅଛି ।