ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବନ୍ତପାଟଣା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ଗୁଣି ଗାରେଡି ସନ୍ଦେହରେ ହତ୍ୟା ଅଭିଯୋଗ । ମୃତକ ହେଲେ ହରନାବେବି ଗାଁର ମଣିଚରଣ ସାହୁ ।
ଅଭିଯୋଗ ଅନୁଯାୟୀ, ୫୫ ବର୍ଷୀୟ ବୃଦ୍ଧ ମଣିଚରଣ ରାତିରେ ଶୋଇଥିବାବେଳେ ପଡୋଶୀ ଘର କବାଟ ଭାଙ୍ଗି ଅଜୁ ମହାରଣା ଓ ତାଙ୍କର ଦୁଇ ପୁଅ ଶାବଳରେ ବାରମ୍ବାର ଆକ୍ରମଣ କରିଥିଲେ। ଫଳରେ ମଣିଚରଣ ଗୁରୁତର ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଓ ପରେ କଟକ ମେଡିକାଲକୁ ନେଇଯାଇଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରଥିଲେ। ଏନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ଏତଲା ପରେ ଘଟଣାସ୍ଥଳରେ ତଦନ୍ତ କରୁଛି ପୋଲିସ। ଏଭଳି ଘଟଣା ସାରା ଅଂଚଳରେ ଆଲୋଡନ ସୃଷ୍ଟି କରିଛି।