ବାରଙ୍ଗ : ନନ୍ଦନକାନନରେ ବଡ ଅଘଟଣ । ମୁଖ୍ୟ ରାସ୍ତାରୁ ଖସି ଖାଲରେ ଖସିଲା ବସ୍ । ବାଘ ସଫାରୀରେ ୨୦ ମିନିଟରୁ ଅଧିକ ସମୟ ଧରି ଫସି ରହିଲା ପର୍ଯ୍ୟଟକ ବୋଝେଇ ବସ୍। ତେବେ ବସ୍ ଫସିବା ପରେ ଆତଙ୍କିତ ଥିଲେ ପର୍ଯ୍ୟଟକ । ଅଧଘଣ୍ଟା ପରେ ହେଲେ ଉଦ୍ଧାର।
ଖବର ଅନୁଯାୟୀ, ସ୍ଥାନୀୟ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଘଟିଛି ଏକ ବଡ ଅଘଟଣ। ଅଳ୍ପକେ ବର୍ତ୍ତିଛନ୍ତି ପାଖାପାଖି ୩୦ ଜଣ ପର୍ଯ୍ୟଟକ। ଅପରାହ୍ନରେ ବାଘ ସଫାରୀକୁ ପର୍ଯ୍ୟଟକ ନେଇ ଯାଉଥିବା ସଫାରୀ ବସ୍ ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତାରୁ ଏକ ଖାଲକୁ ଖସି ଝୁଲି ରହିଥିଲା। ତେବେ ଖବର ପାଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଆଉ ଗୋଟିଏ ଗାଡ଼ିରେ ଯାଇ ଦୁଇଟି ବାଘମାନଙ୍କୁ କାବୁ କରି ଖୁଆଡ ଭିତରକୁ ଛାଡ଼ିବା ପରେ ପର୍ଯ୍ୟଟକଙ୍କୁ ସଫାରୀରୁ ବାହାର କରାଯାଇଥିଲା।
ସେହିପରି ପୂର୍ବରୁ ସିଂହ ସଫାରୀ ବସ୍ ଦବି ଥିବା ବେଳେ ଏବେ ବାଘ ସଫାରୀରେ ଏପରି ଘଟଣା ଘଟିଛି। ବାରମ୍ବାର ଏମିତି ଘଟଣା ଘଟୁ ଥିବା ବେଳେ କାହିଁକି ଡ୍ରାଇଭର ଅଥବା ନନ୍ଦନକାନନ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି ତାହା ଏବେ ଚିନ୍ତାର ବିଷୟ ପାଲଟିଛି।