ସମ୍ବଲପୁର : ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର । ସକାଳ ୬ଟା ସୁଦ୍ଧା ଜଳସ୍ତର ୬୨୧.୯୫ ଫୁଟ ରହିଛି । ବର୍ତ୍ତମାନ ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି ।
ଖବର ଅନୁଯାୟୀ, ଉପରମୁଣ୍ଡରେ ଲାଗି ରହିଛି ବର୍ଷା । ଯାହାଫଳରେ ହୀରାକୁଦ ଜଳଭଣ୍ଡାର ଭିତରକୁ ୩ ଲକ୍ଷ ୮୮ ହଜାର କ୍ୟୁସେକ୍ ପାଣି ପ୍ରବେଶ କରୁଛି । ଏବେ ମୋଟ୍ ୨୦ଟି ଗେଟ୍ ଦେଇ ହୀରକୁଦରୁ ଜଳ ନିଷ୍କାସନ ଜାରି ରହିଛି । ବାମ ପାର୍ଶ୍ବରେ ୧୩ଟି ଏବଂ ଡାହାଣ ପାର୍ଶ୍ବରେ ୭ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି। ପ୍ରତି ସେକେଣ୍ଡରେ ୩ ଲକ୍ଷ ୫୫ ହଜାର ଘନଫୁଟ ଜଳ ନିଷ୍କାସିତ ହେଉଛି ।