ତ୍ରିନିବାଦ୍ : ମଙ୍ଗଳବାର ଭାରତ-ଓ୍ୱେଷ୍ଟଇଣ୍ଡିଜ୍ ୩ୟ ଟି-୨୦ ମ୍ୟାଚ୍ । ପ୍ରଥମ ଦୁଇଟି ମ୍ୟାଚ୍ ହାରି ୨-୦ରେ ପଛୁଆ ରହିଛି ଭ୍ରମଣକାରୀ ଦଳ । ଯଦି ଆଜି ଖେଳାଯିବାକୁ ଥିବା ମ୍ୟାଚ୍କୁ ଘରୋଇ ଟିମ୍ ଜିତିନିଏ । ତେବେ ସିରିଜ୍କୁ ନିଜ ନାମରେ କରିବାରେ ସଫଳ ହେବ । ତେଣୁ ମଙ୍ଗଳବାର ଦିନ ସିରିଜ୍କୁ କମ୍ବ୍ୟାକ୍ କରିବା ଲାଗି ଟିମ୍ ଇଣ୍ଡିଆ ପାଖରେ ଶେଷ ସୁଯୋଗ ରହିଛି ।
ତେବେ ପ୍ରଥମ ୨ଟି ମ୍ୟାଚ୍ରେ ବ୍ୟାଟିଂ ବିଫଳତା ଯୋଗୁ ପରାଜିତ ହୋଇଛି । କେବଳ ତିଳକ ବର୍ମା ଓ ଇଶାନ କିଷନଙ୍କୁ ଛାଡ଼ିଦେଲେ ଅନ୍ୟ କେହି ଏପର୍ଯ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ବ୍ୟାଟିଂ କରିନାହାନ୍ତି । ଦୁଇ ସିନିୟର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ହର୍ଦ୍ଦିକ ପାଣ୍ଡ୍ୟା ପ୍ରଥମେ ଉପଯୋଗୀ ଇନିଂସ ଖେଳି ଯୁବ ଖେଳାଳିଙ୍କ ପାଇଁ ଉଦାହରଣ ସାଜିବା ଆବଶ୍ୟକ । ସଞ୍ଜୁ ସାମସନଙ୍କ ସମୟ ସରି ଆସୁଛି । ବିଶ୍ୱକପ୍ ପାଇଁ ନିଜ ସ୍ଥାନ ସୁରକ୍ଷିତ କରିବାକୁ ହେଲେ ଏବେଠୁ ନିଜ ଘରୋଇ କ୍ରିକେଟ୍ ଅଭିଜ୍ଞତାକୁ କାର୍ଯ୍ୟରେ ଲଗାଇବାକୁ ହେବ।
ସେହିପରି ଓପନର ବ୍ୟାଟର ଶୁଭମନ ଗିଲ୍ ମଧ୍ୟ ଆଉଟ୍ ଅଫ୍ ଫର୍ମ ଚାଲୁଛନ୍ତି । ସେ ଉଭୟ ଟେଷ୍ଟ ଓ ଦିନିକିଆ ସିରିଜ ସମେତ ମୋଟ୍ ୭ଟି ମ୍ୟାଚ୍ ଖେଳିସାରିଛନ୍ତି । ୮ଟି ଇନିଂସ ମଧ୍ୟରେ ସେ ଗୋଟିଏ ମାତ୍ର ଅର୍ଦ୍ଧଶତକ ଅର୍ଜନ କରିଛନ୍ତି । ଦଳ ତାଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ଆବଶ୍ୟକ କରୁଛି । ଅନ୍ୟପଟେ ଟିମ୍ ଇଣ୍ଡିଆର ବୋଲିଂ ବିଭାଗ ମଧ୍ୟ ଦକ୍ଷତା ମୁତାବିକ ପ୍ରଦର୍ଶନ କରିବାରେ ବିଫଳ ହୋଇଛି । ବୋଲରଙ୍କୁ ସଠିକ୍ ଭାବେ ଉପଯୋଗ କରିପାରୁ ନାହାନ୍ତି ଅଧିନାୟକ ପାଣ୍ଡ୍ୟା ।
ୱେଷ୍ଟ ଇଣ୍ଡିଜ୍ ଦଳ: ରୋଭମାନ ପାୱେଲ୍ (ଅଧିନାୟକ), କେଲି ମାୟର୍ସ, ଜନସନ ଚାର୍ଲ୍ସ, ସିମରନ ହେତମାୟର, ଜାସନ ହୋଲ୍ଡର, ଅକିଲ୍ ହୋସେନ, ଅଲଜାରୀ ଜୋଶେଫ, ବ୍ରାଣ୍ଡନ କିଙ୍ଗ, ଓବେଡ୍ ମ୍ୟାକ୍କୟ, ନିକୋଲାସ ପୂରନ, ରୋମାରିଓ ସେଫର୍ଡ ।
ଭାରତୀୟ ଦଳ : ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ସୂର୍ଯ୍ୟକୁମାର ଯାଦବ(ଉପ ଅଧିନାୟକ), ଇଶାନ କିଷନ, ଶୁଭମନ ଗିଲ୍, ଯଶସ୍ୱୀ ଜୈସ୍ୱାଲ, ତିଳକ ବର୍ମା, ସଞ୍ଜୁ ସାମସନ, ଅକ୍ଷର ପଟେଲ, ୟୁଝବେନ୍ଦ୍ର ଚହଲ/କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ଉମ୍ରାନ ମଲିକ/ଅଭେଶ ଖାନ/ ମୁକେଶ କୁମାର ।